ଜରୁରୀ ବୈଠକ ଡକାଇଲେ ରାଜସ୍ବମନ୍ତ୍ରୀ

Jul 27, 2026 - 13:12
ଜରୁରୀ ବୈଠକ ଡକାଇଲେ ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ଡ଼ିପ ଡିପ୍ରେସନ ର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ କିଛି ଦିନ ଧରି ପଛକୁ ପଛ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗକୁ ସାମ୍ଭାବ୍ୟ ବନ୍ୟା ଏବଂ ବର୍ଷା ସ୍ଥିତିକୁ ନେଇ ଆଜି ଲୋକସେବା ଭବନରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା ବୈଠକ ଡାଯାଇଛନ୍ତି । ଗଭୀର ଅବପାତ ଉପରେ ନଜର ରହିଥିବା ମନ୍ତ୍ରୀ କହିଛନ୍ତି । ବର୍ଷା ପାଇଁ କିଛି ଜିଲ୍ଳାଲୁ ସତର୍କ ସୂଚନା ଦିଆଯାଇଛି । ଆଗକୁ ସ୍ଥିତି ଦେଖି ଜରୁରୀ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି  । ବୈଠକ ରେ SRC ,ପାଣିପାଗ ବିଶେଷଜ୍ଞଙ୍କ ସହ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।    

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।