ବେନାମୀ ଗଣମାଧ୍ୟମ ସଂସ୍ଥାଙ୍କ କାର୍ଯ୍ୟକଳାପ କୁ ନେଇ ଗୃହରେ ଉଠିଲା ପ୍ରଶ୍ନ

Nov 25, 2026 - 15:06
ବେନାମୀ ଗଣମାଧ୍ୟମ ସଂସ୍ଥାଙ୍କ କାର୍ଯ୍ୟକଳାପ କୁ ନେଇ ଗୃହରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟରେ ମାଳ ମାଳ ବେନାମୀ ଗଣମାଧ୍ୟମ ସଂସ୍ଥା ଗଢ଼ିଉଠିଛି । କିନ୍ତୁ କିଛି ଅସାଧୁ ଗଣମାଧ୍ୟମ ସଂସ୍ଥା ମିଥ୍ୟା ବୁମ୍ ଓ ପରିଚୟ ପତ୍ର ଦେଖାଇ ବଟି ଆଦାୟ କରୁଛନ୍ତି । ତେଣୁ ଏହା ଉପରେ ଚିନ୍ତାବ୍ୟକ୍ତ କରି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । 

ବିଧାୟକ ଆଜି ବିଧାନସଭାରେ ଶୂନ୍ୟକାଳରେ ଅଣସ୍ୱୀକୃତିପ୍ରାପ୍ତ ତଥା ଅନାମଧେୟ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ଉଠାଇଛନ୍ତି । ବିଧାୟକ ଗୃହର ଧ୍ୟାନ ଆକର୍ଷଣ କରି କହିଛନ୍ତି ଯେ  ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ପ୍ରତି ଯଥେଷ୍ଟ ସମ୍ମାନ ଅଛି । ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା ତଥା ପ୍ରଗତିଶୀଳ ପରାମର୍ଶ ଦେବା ଗଣମାଧ୍ୟମର କର୍ତ୍ତବ୍ୟ । କିନ୍ତୁ କିଛି ଲୋକ ଅନାମଧ୍ୟେୟ ଗଣମାଧ୍ୟମ ସଂସ୍ଥାର ବୁମ୍ ଓ ପରିଚୟ ପତ୍ର ପକାଇ ବୁଲୁଛନ୍ତି । ଆଉ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ବିକୃତ ଫଟୋ ଓ ଭିଡ଼ିଓ କୃତ୍ରିମ ବୁଦ୍ଧିମତା ବା ଏଆଇ ମାଧ୍ୟମରେ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ସମ୍ମାନହାନୀ କରୁଛନ୍ତି । 

ଏପରିକି ବିଭିନ୍ନ ଠିକାଦାର ଓ ବ୍ୟବସାୟୀଙ୍କ ଫଟୋ, ଭିଡିଓ କରି ସେମାନଙ୍କୁ ଚାନ୍ଦା ଓ ବଟି ମାଗୁଛନ୍ତି । ଆଉ ଟଙ୍କା ନଦେଲେ ବ୍ଲାକମେଲିଂ କରୁଛନ୍ତି । ତେଣୁ ଏଭଳି ଭାବେ ଗଣମାଧ୍ୟମ ନାଁରେ ଯେଉଁ ବ୍ୟକ୍ତି ଓ ସଂସ୍ଥା ଗୁଡ଼ିକ ବିନା ପ୍ରମାଣରେ ଚାନ୍ଦା ଓ ବଟି ମାଗୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିଧାୟକ ସନାତନ ବିଜୁଳି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)