ବିଶ୍ୱ ହେପାଟାଇଟିସ୍ ଦିବସ

Jul 28, 2026 - 15:35
ବିଶ୍ୱ ହେପାଟାଇଟିସ୍ ଦିବସ

 

ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ସାରା ବିଶ୍ୱରେ 'ବିଶ୍ୱ ହେପାଟାଇଟିସ୍ ଦିବସ'  ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାରାତ୍ମକ ଭୂତାଣୁଜନିତ ଯକୃତ (ଲିଭର୍‌) ସଂକ୍ରମଣ ହେପାଟାଇଟିସ୍ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ହେପାଟାଇଟିସ୍ ରୋଗ ସାଧାରଣତ ବିଭିନ୍ନ ପ୍ରକାରର ହୋଇଥିବା ବେଳେ ଏହା ସଠିକ୍ ସମୟରେ ଚିହ୍ନଟ ନହେଲେ ଲିଭର୍ ସିରୋସିସ୍ ଏବଂ କ୍ୟାନ୍ସର ଭଳି ପ୍ରାଣଘାତୀ ରୋଗର ରୂପ ନେଇଥାଏ । ବିଶେଷ କରି ଦୂଷିତ ଜଳ, ଅସ୍ୱାସ୍ଥ୍ୟକର ଖାଦ୍ୟ, ସଂକ୍ରମିତ ରକ୍ତ ଗ୍ରହଣ ଏବଂ ବ୍ୟବହୃତ ସିରିଞ୍ଜର ପୁନଃବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ । ତେବେ ଠିକ୍ ସମୟରେ ହେପାଟାଇଟିସ୍ 'ବି' ଟିକାକରଣ, ଆଗୁଆ ଲକ୍ଷଣ ଚିହ୍ନଟ, ନିୟମିତ ଡାକ୍ତରୀ ପରୀକ୍ଷା ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସଂକ୍ରମଣରୁ ସହଜରେ ରକ୍ଷା ମିଳିପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ଏହି ଭୂତାଣୁଜନିତ ରୋଗକୁ ବିଶ୍ୱରୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ସଚେତନତା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆଜିର ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।