ମାଲବାହୀ ଟ୍ରେନ ଲାଇନଚ୍ୟୁତ

Jul 27, 2026 - 16:41
ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ବଲାଙ୍ଗୀର ସିକେର ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ମଧ୍ୟରେ ମାଲଗାଡି ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଫଳରେ ସେ ରୁଟ ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଘଟଣାର ଖବର ପାଇବା ମାତ୍ରେ ରେଳ ବିଭାଗର ଅଧିକାରୀ ଏବଂ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ଲାଇନ୍‌ଚ୍ୟୁତ ହୋଇଥିବା ୧୪ନଂ ବଗିକୁ ପୁଣି ରେଳ ଧାରଣାକୁ ଆଣିବା ସହ ରେଳପଥକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚାଲିଛି । ତେବେ ଏନେଇ କୌଣସି କ୍ଷୟ କ୍ଷତି ହୋଇନାହିଁ । ଅନ୍ୟ ରେଳ ଧାରଣାରେ ରେଳ ଚଳାଚଳ ସ୍ୱାଭାବିକ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।