ବଲାଙ୍ଗୀରରେ ବିଜେଡିର ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ: ବହି ବିଭ୍ରାଟ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

Aug 18, 2026 - 12:55
ବଲାଙ୍ଗୀରରେ ବିଜେଡିର ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ: ବହି ବିଭ୍ରାଟ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ; ବଲାଙ୍ଗୀରରେ ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଅନୀତି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ। ବହି ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ବଲାଙ୍ଗୀର ପିଆର୍ ହାଇସ୍କୁଲ ପଡ଼ିଆରୁ ‘ଶିକ୍ଷା ବଞ୍ଚାଓ’ ରାଲି ବାହାରିଥିଲା। ରାଲିଟି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ଆନ୍ଦୋଳନରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ସହ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଏବଂ ବିଜେଡିର ବରିଷ୍ଠ ଯୁବ ଓ ଛାତ୍ର ନେତାମାନେ ସାମିଲ ହୋଇଥିଲେ। ଏଥିରେ ହଜାର ହଜାର ଯୁବ ଓ ଛାତ୍ର ଯୋଗଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media