ବରଗଡ଼ ଧନୁଯାତ୍ରାର କଂସ ହେବେ ଗୋଲାପ ଚନ୍ଦ୍ର ଦାଶ

Nov 27, 2026 - 20:43
ବରଗଡ଼ ଧନୁଯାତ୍ରାର କଂସ ହେବେ ଗୋଲାପ ଚନ୍ଦ୍ର ଦାଶ

ବରଗଡ଼ : ବରଗଡ଼ ଧନୁଯାତ୍ରାର କଂସ ହେବେ ଗୋଲାପ ଚନ୍ଦ୍ର ଦାଶ। ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏନେଇ ଘୋଷଣା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର। ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଥିଲା କଂସ ଅଡିସନ । ଶେଷରେ ସମସ୍ତଙ୍କୁ ପଛରେ ପକାଇ କଂସ ଭୂମିକାରେ ଅଭିନୟ କରିବାକୁ ଗୋଲାପ ଚନ୍ଦ୍ର ଦାଶଙ୍କୁ ମନୋନୀତ କରାଯାଇଛି। କଂସ ଭୂମିକାରେ ଅଭିନୟ ପାଇଁ ମୋଟ ୪୪ ଜଣ କଳାକାର ଆବେଦନ କରିଥିଲେ। ଆଜି ଅନୁଷ୍ଠିତ ଚୂଡ଼ାନ୍ତ ଅଡିସନ୍ ବା ଚୟନ ପର୍ବରେ ମୋଟ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ଶାରୀରିକ ଗଠନ, ଉଚ୍ଚତା, ବଳିଷ୍ଠ କଣ୍ଠସ୍ୱର, ସଂଳାପ ଉଚ୍ଚାରଣ ଶୈଳୀ, ଅଭିନୟ ଦକ୍ଷତା ଏବଂ ପୌରାଣିକ ଜ୍ଞାନକୁ ଆଧାର କରି ବିଚାରକ ମଣ୍ଡଳୀ ମୂଲ୍ୟାଙ୍କନ କରିଥିଲେ। ସମସ୍ତ ମାପଦଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଲାପ ଚନ୍ଦ୍ର ଦାଶ ନୂତନ କଂସ ମହାରାଜା ଭାବେ ନିର୍ବାଚିତ ହୋଇଛନ୍ତି। ଗୋଲାପ ଚନ୍ଦ୍ର ଦାଶ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ ରାଜ ଦରବାରରେ ମହାମନ୍ତ୍ରୀ ଭୂମିକାରେ ଅତ୍ୟନ୍ତ ନିଖୁଣ ଓ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ମହାମନ୍ତ୍ରୀ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା, ମଞ୍ଚ ପରିଚାଳନା ଜ୍ଞାନ ଏବଂ ଦମ୍ଦାର ସଂଳାପ ପ୍ରକ୍ଷେପଣ ଶୈଳୀ ଏଥର ମହାରାଜା କଂସ ଚରିତ୍ରକୁ ଏକ ନୂତନ ଶିଖରକୁ ନେବ ବୋଲି ମହୋତ୍ସବ ସମିତି ଓ କଳାପ୍ରେମୀମାନେ ଆଶା ପ୍ରକଟ କରିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)