ବନ୍ୟା ବିତ୍ପାତ: ସ୍ଥିତି ପରଖୁଛି ବିଜେଡି ଟିମ୍

Nov 01, 2026 - 10:12
ବନ୍ୟା ବିତ୍ପାତ: ସ୍ଥିତି ପରଖୁଛି ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ବିଜେଡି ଟିମ୍ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଞ୍ଜାମ ବନ୍ୟାଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛି ବିଜେଡି ଟିମ୍ । ଆଜି ବନ୍ୟାଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ସାନଖେମୁଣ୍ଡି, ଧରାକୋଟ, ନୂଆଗଡ଼, ସୋରଡ଼ା, ପୁରୁଷୋତ୍ତମପୁର ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିବେ ଟିମ୍ । ସେହିଭଳି ଗତକାଲି ଚିକିଟି, ପାଟପୁର, ହିଞ୍ଜିଳି, ଶେରଗଡ଼, ଆସିକା, ଏବଂ ପୁରୁଷୋତ୍ତମପୁରରେ ସ୍ଥିତି ସମୀକ୍ଷା କରିଥିଲା ଟିମ୍ ।  ଶୁକ୍ରବାର ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବାତ୍ଯା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲା । ଏଥିପାଇଁ ଦୁଇଦିନ ଧରି ନବୀନଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଟିମ ବିଭିନ୍ନ ଅଞ୍ଚଳ ଗସ୍ତ କରି ନବୀନଙ୍କୁ ସ୍ଥିତି ବିଷୟରେ ଅବଗତ କରାଇଛନ୍ତି  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)