ବନ୍ୟା ଛାଡୁଛି: ଦୁର୍ଦ୍ଦଶା ବଢୁଛି

Nov 01, 2026 - 09:08
ବନ୍ୟା ଛାଡୁଛି: ଦୁର୍ଦ୍ଦଶା ବଢୁଛି

ନନ୍ଦିଘୋଷ ବ୍ୟୁରୋ:  ଧୀରେ ଧୀରେ ସୁଧରୁଛି ଗଞ୍ଜାମ ବନ୍ୟା ସ୍ଥିତି । ପାଣି ଛାଡ଼ିଥିଲେ ସୁଦ୍ଧା ବଢୁଛି ବନ୍ୟାଞ୍ଚଳବାସୀଙ୍କ ଦୁର୍ଦ୍ଦଶା । ୧୯୯୦ ମସିହା ଠାରୁ ବଳିଗଲା ୨୦୨୬ର ବନ୍ୟା । ସରକାରଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଗଞ୍ଜାମ ଜିଲ୍ଲାର ଜଳ ବିଭୀଷିକା ସବୁ ବର୍ଗର ଲୋକମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଧାନ ଫସଲ, ପନି ପରିବା ଚାଷ, ମାଛ ଓ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ା ଚାଷକୁ ଦେଖି କିପରି ନିଜର ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଲୋକେ ।

ଏହି ବନ୍ୟା ବିଭୀଷିକ ଉଜାଡ଼ି ଦେଇଛି ଅନେକଙ୍କ  ହସଖୁସିର ସଂସାର । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ । ଜିଲ୍ଲାରେ ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୬୭ ଟି ରିଲିଫ କ୍ୟାମ୍ପରେ ଏବେବି ପ୍ରାୟ ୪୦ ହଜାର ଲୋକ ଅଛନ୍ତି । ସେହିପରି ଗଜପତିରେ ପ୍ରାୟ ୨୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ଟି ରିଲିଫ କ୍ୟାମ୍ପ କରାଯାଇଛି । ଗଂଜାମରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ସବୁ ଗାଁ ୱାର୍ଡରେ ରନ୍ଧା ଖାଦ୍ୟ ଦିଆଯାଉଛି । ଓଡିଶା ଇତିହାସରେ ପାତ୍ରପୁରରେ ଚତୁର୍ଥ ବଡ଼ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି । ୧୯୯୧ ଏବଂ ୨୦୧୯ ପରେ ଚଳିତ ବର୍ଷା ବଡ଼ ବର୍ଷା ହୋଇଛି । ୧୯୯୧ରେ ଥୁଆମୂଳ-ରାମପୁରରେ ୮୨୫ ମିଲିମିଟର, ୨୦୧୯ରେ କର୍ଲାମୁଣ୍ଡାରେ ୬୦୮ ମିଲିମିଟର, ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ତାପରେ ଚଳିତ ବର୍ଷ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ଚତୁର୍ଥ ବଡ ବର୍ଷା ଭାବେ ରେକର୍ଡ ହୋଇଛି । ଅତି ପ୍ରବଳ ବର୍ଷା ପାଇଁ ଏଭଳି ପରିଣାମ ହେଲା ବୋଲି କହିଛନ୍ତି ଏସଆରସି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)