ବନ୍ୟାରେ ଉବୁଟୁବୁ ଅଧା ଓଡ଼ିଶା, ବ୍ରାହ୍ମଣୀ-ବୈତରଣୀ-ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର

Aug 18, 2026 - 17:11
ବନ୍ୟାରେ ଉବୁଟୁବୁ ଅଧା ଓଡ଼ିଶା, ବ୍ରାହ୍ମଣୀ-ବୈତରଣୀ-ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ; ଜୀବନକୁ ଦୁର୍ବିସହ କଲାଣି ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ ନଦୀ । ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ନଦୀର ଜଳସ୍ତର । ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ସମୁଦ୍ର ଜୁଆର । ଭଦ୍ରକ ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ସହରାଞ୍ଚଳର ତଳିଆ ଅଞ୍ଚଳ ସହ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି ୪ଟି ବ୍ଲକର ୫୪ ଟି ପଞ୍ଚାୟତ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ଅନେକ ବିଦ୍ୟାଳୟରେ ପଶିଛି ବନ୍ୟା ଜଳ । ଆଖଣ୍ଡଳମଣି- କୁଆଖିଆ ଜାତୀୟ ରାଜପଥ ଉପରେ ୪- ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯାଜପୁର ଜିଲ୍ଲା ଦଶରଥପୁର ଅବସ୍ଥା ନକହିବା ଭଲ । ଜଳବନ୍ଦୀ ଜୀବନ ବିତାଉଛନ୍ତି ୧୯ ପଞ୍ଚାୟତବାସୀ । ଯାଜପୁର-ଭଣ୍ଡାରିପୋଖରୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ପଟ୍ଟାମୁଣ୍ଡାଇ ପୌରପରିଷଦ ୧୧ଟି ୱାର୍ଡର ୧୭ ହଜାର ୧୩୦ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ କାହାରି ଘରେ ଚୁଲି ଜଳୁନି । ପ୍ରଶାସନ ତରଫରୁ ଯାହା କିଛି ମିଳିଥିଲା ତାହା ସରିଗଲାଣି । ଭୋକରେ ଛଟପଟ ହେଉଛନ୍ତି କୁନିକୁନି ପିଲା । ଏହା ସହ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବି ତାଣ୍ଡବ ରଚିଛି ବନ୍ୟା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media