State Human Rights Commission ବିରଜା ଶଙ୍କର ମିଶ୍ର ହେଲେ ରାଜ୍ୟ ମାନବାଧିକାର କମିସନ ସଦସ୍ୟ
"ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ନିର୍ଦ୍ଦେଶକ୍ରମେ ଆଜି (ମଙ୍ଗଳବାର) ରାଜ୍ୟ ମାନବାଧିକାର ଆୟୁକ୍ତ (କମିସନ) ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।
Advertisment ଏନେଇ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (୧୧୫୪୫/୧୮ ଅଗଷ୍ଟ ୨୦୨୬) ଅନୁସାରେ ମାନବାଧିକାର ଆଇନ ୧୯୯୩ର ଧାରା ୧ ଓ ଉପଧାରା ୨୨ ଅନୁସାରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
ସେ କାର୍ଯ୍ୟଭାର ଗ୍ରହଣ କରିବା ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ, ବିରଜା ମିଶ୍ର, କେନ୍ଦୁଝରର ନାରାୟଣ ମିଶ୍ରଙ୍କ ପୁତ୍ର ଅଟନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
