ବନ୍ଦ ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ !

Oct 31, 2026 - 19:03
ବନ୍ଦ ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ !

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ୍ ମାଗିଲା AIUTUC । ଦାବି ପୂରଣ ନହେଲେ ଆଗକୁ ବନ୍ଦ ହେବ ମଧ୍ୟାହ୍ନ ଭୋଜନ ସେବା । ପ୍ରଭାବିତ ହେବେ ଛାତ୍ରଛାତ୍ରୀ । ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ପାଚିକାମାନେ ଏବେ ନିଜର ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାଚିକାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରିବା, ନିୟମିତ ଭାବେ ପାରିଶ୍ରମିକ ଦେବା ସହ ବକେୟା ଥିବା ଦରମାକୁ ତୁରନ୍ତ ପ୍ରଦାନ କରିବା ଭଳି ଦାବି ଉଠାଇଛି ସଂଘ ।

ଅନେକ ସମୟରେ ପାଚିକାମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ମିଳୁନଥିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହିତ ପାଚିକାମାନଙ୍କର ମୁଖ୍ୟ ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ଯୋଗାଣ କରିବା ହୋଇଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ କାର୍ଯ୍ୟ ସମେତ ବିଭିନ୍ନ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ନିଜର ମୁଖ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବା ଫଳରେ ପାଚିକାମାନେ ଅତିରିକ୍ତ ଚାପର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଦାବିପତ୍ର ଧରି ପାଚିକାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)