ବଦ୍ରିନାଥ ଧାମରୁ ଡ଼େରାଡୁନ୍ ଯିବା ବେଳେ ଅଘଟଣ, ଆକାଶରୁ ଖସିଲା ହେଲିକପ୍ଟର

Oct 30, 2026 - 17:57
ବଦ୍ରିନାଥ ଧାମରୁ ଡ଼େରାଡୁନ୍ ଯିବା ବେଳେ ଅଘଟଣ, ଆକାଶରୁ ଖସିଲା ହେଲିକପ୍ଟର

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ତରେ ହେଲିକପ୍ଟର ଦୁର୍ଘଟଣା । ବଦ୍ରିନାଥ ଧାମରୁ ଫେରୁଥିବା ଏହି ହେଲିକପ୍ଟର ଚମୋଲି ଜିଲ୍ଲା ଜୋଶୀମଠ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ବଦ୍ରିନାଥ ଧାମରୁ ଡ଼େରାଡୁନ୍ ଅଭିମୁଖେ ଯାଉଥିଲା । ଟ୍ରାନ୍ସ ଭାରତ ଏଭିଏସନ୍ ର ଏହି ହେଲିକପ୍ଟରରେ ଜଣେ ପାଇଲଟ୍ ଓ ୫ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ବେଙ୍ଗାଲୁରୁ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବଦ୍ରିନାଥ ଧାମରୁ ଡେରାଡୁନ ଅଭିମୁଖେ ଯାତ୍ରା କରୁଥିବା ଏହି ହେଲିକପ୍ଟରଟି ସହସ୍ରଧାରା ହେଲିପ୍ୟାଡରେ ଅବତରଣ କରିବାର ଥିଲା। କିନ୍ତୁ ଜୋଶୀମଠ ଉପତ୍ୟକା ଉପରେ ଉଡ଼ାଣ ସମୟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏପରିକି ଏହାର ଟ୍ରାକିଂ ସିଷ୍ଟମ୍ ମଧ୍ୟ ସିଗ୍ନାଲ ପଠାଇବା ବନ୍ଦ କରିଦେଇଥିଲା । ଫଳରେ ଚାୟୀ ଗାଁ ନିଟକରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ପରେ ଭାରତୀୟ ସେନା, SDRF ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟ ନେଇ ଦୁଇଟି ହେଲିକପ୍ଟର ମୁତୟନ କରାଯାଇଥିଲା ।

ଏନେଇ ‘ଏକ୍ସ’ରେ ଏକ ପୋଷ୍ଟ କରି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଏହାକୁ ଦୁର୍ଭାଗଜନକ ବୋଲି କହିଛନ୍ତି । ‘ଏହା ସହ ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ SDRF ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମୁଁ ମଧ୍ୟ ଘଟଣା ଉପରେ ନିରନ୍ତର ନଜର ରଖିଛି। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ଏୟାରଲିଫ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି’ । ତେବେ ଏହି ଦୁର୍ଘଟଣା ପରେ ପୁଣି ଥରେ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟର ଉଡ଼ାଣର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଚଳିତ ଅକ୍ଟୋବର ମାସରେ ମଧ୍ୟ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଟିହରିରେ ଖରାପ ପାଗ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ଟି ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା ।

ଖରାପ ପାଗ ସତ୍ତ୍ୱେ, ଶୁକ୍ରବାର ଦିନ ବଦ୍ରିନାଥକୁ ଉଡ଼ାଣ ଜାରି ରହିଥିଲା। ଏକ ହେଲିକପ୍ଟର ଅପରାହ୍ନ ୧ଟା ୫ ମିନିଟ୍ ରେ ଉଡ଼ାଣ ଆରମ୍ଭ କରି ଡେରାଡୁନରେ ଅବତରଣ କରିଥିଲା। ଅପରାହ୍ନ ୧:୧୨ ରେ, ଆଉ ଏକ ହେଲିକପ୍ଟର ଡେରାଡୁନ୍ ଅଭିମୁଖେ ଉଡ଼ାଣ କରିଥିଲା ​​ଓ ପରେ ନିଖୋଜ ହୋଇଯାଇଥିଲା। ଅପରାହ୍ନ ୧:୨୦ ରେ, ଆଉ ଏକ ହେଲିକପ୍ଟର ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ସୁରକ୍ଷିତ ଭାବେ ଡେରାଡୁନରେ ପହଞ୍ଚିଥିଲା। ଏହା ପରେ ଜଣାପଡିଲା ଯେ, ଅପରାହ୍ନ ୧:୧୨ ରେ ଉଡ଼ାଣ ଭରିବାକୁ ଥିବା ହେଲିକପ୍ଟରଟି ନିଖୋଜ ଥିଲା। ଏହା ସତ୍ତ୍ୱେ, ଅପରାହ୍ନ ୨:୧୦, ୨:୧୫ ଏବଂ ୨:୨୨ ରେ ଉଡ଼ାଣ ଜାରି ରହିଥିଲା। ଦିନସାରା ପ୍ରାୟ ୧୨ଟି ହେଲିକପ୍ଟର ଡେରାଡୁନକୁ ଉଡ଼ାଣ କରିଥିଲା, ସମସ୍ତ ଚାର୍ଟର ଉଡ଼ାଣ ଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)