ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ଭୟଙ୍କର ଦୁର୍ଘଟଣା, ୩ ଟେନିସ୍ ଖେଳାଳୀ ମୃତ

Oct 07, 2026 - 11:56
ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ଭୟଙ୍କର ଦୁର୍ଘଟଣା, ୩ ଟେନିସ୍ ଖେଳାଳୀ ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲା ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ବୁଧବାର ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛଅ ଟେନିସ୍ ଖେଳାଳିଙ୍କୁ ନେଇ ଲକ୍ଷ୍ନୌରୁ ଦେବରିୟା ଅଭିମୁଖେ ଯାଉଥିବା ଏକ ‘ଏର୍ଟିଗା’ କାର୍ ଟି ଭାରସାମ୍ୟ ହରାଇ ଏକ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍ ଟି ସମ୍ପୂର୍ଣ୍ଣ ଭାଙ୍ଗି ରୁ଼ଜି ଚୁରମାର୍ ହୋଇଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୩ ଜଣ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସୁଲତାନପୁର ଜିଲ୍ଲା ବଲଦିରାୟ ଥାନା ଅନ୍ତର୍ଗତ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ଘଟିଛି ଏହି ଛାତିଥରା ଦୁର୍ଘଟଣା । ଦେବରିୟା ଜିଲ୍ଲାର ଛଅ ଜଣ ଟେନିସ୍ ଖେଳାଳି ଲକ୍ଷ୍ନୌରେ ଏକ ଟୂର୍ଣ୍ଣାମେଣ୍ଟ ଖେଳି ସାରି ଏର୍ଟିଗା କାର୍ ଯୋଗେ ଘରକୁ ଫେରୁଥିଲେ। ବୁଧବାର ଭୋର ପ୍ରାୟ ୫ଟା ସମୟରେ  କାର୍‌ଟି ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଆଗରେ ଯାଉଥିବା ଏକ ଟ୍ରକ୍‌ କୁ ପଛପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଟ୍ରକ୍ ତଳେ ଫସି ରହିଯାଇଥିଲା। । ସ୍ଥାନୀୟ ଲୋକେ, ୟୁପିଇଆଇଡ଼ିଏ ଦଳ ଓ ପୋଲିସଙ୍କ ସହାୟତାରେ କାର୍‌ର କବାଟ ଭାଙ୍ଗି ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ ସମସ୍ତ ମୃତାହତଙ୍କୁ ନିକଟସ୍ଥ ଅଯୋଧ୍ୟା ମେଡିକାଲ୍ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ ଜଣ ଖେଳାଳିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଅନ୍ୟ ୩ ଜଣ ଆହତ ଖେଳାଳୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଖେଳାଳି ଦେବରିୟା ଜିଲ୍ଲାର ନିତ୍ୟା ପ୍ରଜାପତି (୨୨), ଇରଫାନ୍ ଅନସାରୀ (୨୦) ଓ ଅନିକେତ (୨୪) ବୋଲି ଜଣାପଡ଼ିଛି।  ଦୁର୍ଘଟଣା ଖବର ଗାଁରେ ପହଞ୍ଚିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ୍ ର ପ୍ରାଥମିକ ତଦନ୍ତ ଅନୁଯାୟୀ, ଚାଳକଙ୍କୁ ହଠାତ୍ ନିଦ ଲାଗିଯିବା କାରଣରୁ ଏହି ଦୁର୍ଘଟଣାଟି ଘଟିଥିଲା। ପୋଲିସ୍ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ଏକ୍ସପ୍ରେସ-ୱେରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)