ପୁରୀ ଜିଲ୍ଲା ନିମାପଡା ଏନଏସି କାର୍ଯ୍ୟାଳୟ ଭିତରେ ତାସ୍ ଖେଳ

Sep 17, 2026 - 11:38
ପୁରୀ ଜିଲ୍ଲା ନିମାପଡା ଏନଏସି କାର୍ଯ୍ୟାଳୟ ଭିତରେ ତାସ୍ ଖେଳ

ନନ୍ଦିଘୋଷ ବ୍ୟୁରୋ :  ପୁରୀ ଜିଲ୍ଲା ନିମାପଡା ଏନଏସି କାର୍ଯ୍ୟାଳୟ ଭିତରେ ତାସ୍ ଖେଳ।  ଅଫିସ ସମୟରେ କର୍ମଚାରୀଙ୍କ ତାସ୍ ଖେଳର ଭିଡିଓ ଭାଇରାଲ। ସରକାରୀ କାର୍ଯ୍ୟାଳୟ ଖୋଲା ଥିବା ସମୟରେ କିଛି କର୍ମଚାରୀ  ଟେବୁଲରେ ବସି ଚାସ ଖେଳ ସାଙ୍ଗକୁ ଖଟିରେ ମାତିଛନ୍ତି। ସାଧାରଣ ଲୋକେ ନିଜ କାମ ପାଇଁ ଅଫିସ ବାରଣ୍ଡାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିବାବେଳେ କର୍ମଚାରୀଙ୍କ ତାସ ଖେଳକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି। ସରକାରୀ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହା ସହ କାର୍ଯ୍ୟାଳୟରେ ଜୁଆ ଖେଳା ଯାଉଥିବା ସନ୍ଦେହ କରାଯାଉଛି। ଏସମ୍ପର୍କରେ ନିମାପଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା। ଅନ୍ୟପଟେ ଭାଇରଲ ଭିଡିଓକୁ ନେଇ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସଙ୍କୁ ଦାୟୀ କରିଛନ୍ତି।  ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)