ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ଦାବି: ପଶ୍ଚିମ ଦ୍ୱାର ନିକଟରେ ନୀରବ ସତ୍ୟାଗ୍ରହ

Aug 20, 2026 - 12:23
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ଦାବି: ପଶ୍ଚିମ ଦ୍ୱାର ନିକଟରେ ନୀରବ ସତ୍ୟାଗ୍ରହ

ନନ୍ଦିଘୋଷ ବ୍ୟୁରୋ: ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଦାବିରେ ନୀରବ ସତ୍ୟାଗ୍ରହ ଜାରି ରହିଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଏହି ସତ୍ୟାଗ୍ରହ ଚାଲିଥିବା ବେଳେ, ଏପ୍ରିଲ ୧ ତାରିଖରୁ ପୁରୀ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତ୍ୟେକ ଦିନ ନୀରବ ପଦଯାତ୍ରା କରାଯାଉଛି।

ଚିତାଲାଗି ଅମାବାସ୍ୟା ଦିନ ପୁରୀବାସୀଙ୍କୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ଅନୁମତି ମିଳିଥିଲା। ତେବେ ପରବର୍ତ୍ତୀ ଦିନ ଏହି ପ୍ରବେଶ ଅନୁମତି ବନ୍ଦ କରାଯିବା ପରେ ଏହାର ପ୍ରତିବାଦରେ ସତ୍ୟାଗ୍ରହ ଆରମ୍ଭ ହୋଇଛି। ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନରେ ସ୍ୱତନ୍ତ୍ର ସୁବିଧା ଯୋଗାଇଦେବାକୁ ‘ସ୍ୱତନ୍ତ୍ର ସୁବିଧା ମଞ୍ଚ’ ପକ୍ଷରୁ ଦାବି କରାଯାଇଛି। ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୁରୀବାସୀଙ୍କ ପାଇଁ ଆଧାର କାର୍ଡ ମାଧ୍ୟମରେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି। ରଥଯାତ୍ରା ସରିଥିଲେ ମଧ୍ୟ ଏହି ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ଆନ୍ଦୋଳନକାରୀମାନେ ହାତରେ ଆଧାର କାର୍ଡ ଧରି ନୀରବ ପଦଯାତ୍ରା କରୁଛନ୍ତି।ସରକାରୀ ସ୍ତରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଲାଗୁ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)