ପୁଣି ବସ୍ ଭଡ଼ା ବଢାଇଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ବସ୍ରେ କେତେ ବଢିଲା…
ଭୁବନେଶ୍ୱର, ୨।୬: ପୁଣି ବଢିଲା ବସ୍ ଭଡ଼ା। ବସ୍ ଭଡ଼ା ବଢାଇଲେ ରାଜ୍ୟ ସରକାର। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ତେବେ ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବାବେଳେ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସା ଏବଂ ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି। ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସା, ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମେ ମାସରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ୨ ପଇସାରୁ ୬ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
Odisha’s No.1 Odia Daily
The post ପୁଣି ବସ୍ ଭଡ଼ା ବଢାଇଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ବସ୍ରେ କେତେ ବଢିଲା… appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।