ଦିଗପହଣ୍ଡିର ବିଶିଷ୍ଟ ଫଟୋଗ୍ରାଫରଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା
ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ବିଶିଷ୍ଟ ଫଟୋ ଓ ଭିଡ଼ିଓ ଗ୍ରାଫର ଓଡ଼ି.ପ୍ରଦୀପ କୁମାର(ଟିକି)ଙ୍କ ୫୬ ବର୍ଷ ବୟସରେ ମଙ୍ଗଳବାର ସକାଳେ ପରଲୋକ ହୋଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । ଭୋରରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁ ବତ୍ସଳ ଭାବେ ପରିଚିତି ହାସଲ କରିଥିଲେ । ସ୍ଥାନୀୟ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସେ ଆଜୀବନ ସଦସ୍ୟ ଭାବେ ଜଣେ ନିୟମିତ ରକ୍ତଦାତା ଥିଲେ । ଖେମୁଣ୍ଡି ଫଟୋ ଗ୍ରାଫର ଆସୋସିଏସନର ସକ୍ରିୟ ସଦସ୍ୟ ଥିଲେ ।
ତାଙ୍କ ପରଲୋକ ଖବର ଶୁଣି ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପାଧ୍ୟକ୍ଷା କେ.ପୂଜା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ସୁନୀଲ ପଣ୍ଡା, ଦୀପକ ମିଶ୍ର, ସୁଶାନ୍ତ ପାତ୍ର, ଆଇନଜୀବୀ ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବିନାରାୟଣ ରାଜୁ, ଉଦୟନାଥ ସ୍ବାଇଁ, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ସାମାଜିକ କର୍ମୀ ତପନ କୁମାର ମିଶ୍ର, କେ.କୁନା,ଫଟୋଗ୍ରାଫର ଆସୋସିଏସନର କାର୍ଯ୍ୟକର୍ତ୍ତା ସିମାଞ୍ଚଳ ବେହେରା, ଗୋବିନ୍ଦ ପାଣିଗ୍ରାହୀ, ନାରାୟଣ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅପରାହ୍ନରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କ ପୁଅ ଉମାଶଙ୍କର ମୁଖାଗ୍ନି ଦେବା ପରେ ଅନ୍ତିମ ସଂସ୍କାର କରାଯାଇଛି ।
Dharitri – Odisha’s No.1 Odia Daily
The post ଦିଗପହଣ୍ଡିର ବିଶିଷ୍ଟ ଫଟୋଗ୍ରାଫରଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।