ଭାଜପା ଛାଡ଼ିଲେ ଆନ୍ନାମଲାଇ; ନୀତିନ ନବୀନଙ୍କୁ ଦେଲେ ଇସ୍ତଫା ପତ୍ର, କାରଣ କହି…..

Jun 03, 2026 - 02:40

ଚେନ୍ନାଇ,୨।୬: ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ, ସେ ଅପରାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସାକ୍ଷାତ କରିବେ । ଆନ୍ନାମଲାଇ ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଥିବା ବିଭିନ୍ନ ସୂତ୍ରରୁ ସ୍ପଷ୍ଟ କରାଯାଇଛି । କିଛି ମାସ ହେଲା ଦଳୀୟ ନେତୃତ୍ୱ ସହ ତାଙ୍କର ଗୁରୁତର ମତଭେଦ ରହିଆସିଛି । କିନ୍ତୁ ଏନେଇ ଆନ୍ନାମଲାଇ ମୁହଁ ଖୋଲିନାହାନ୍ତି ।

 

Dharitri – Odisha’s No.1 Odia Daily

The post ଭାଜପା ଛାଡ଼ିଲେ ଆନ୍ନାମଲାଇ; ନୀତିନ ନବୀନଙ୍କୁ ଦେଲେ ଇସ୍ତଫା ପତ୍ର, କାରଣ କହି….. appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।