ପାଇଖାନା ଟାଙ୍କିରେ ପଡି ଭାଇ ଭଉଣୀ ମୃତ
କୋଇଡା : ଖୋଳା ହୋଇଥିବା ପାଇଖାନା ଟାଙ୍କିରେ ପଡି ଭାଇ ଭଉଣୀ ମୃତ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଠାରୁ ୨ କିଲୋମିଟର ଦୂର କାଦୋଡିହା ଗାଁରେ ଘଟିଛି ଅଘଟଣ । ପିଲା ୨ଟି ଙ୍କ ବୟସ ୫ ବର୍ଷ ଏବଂ ୩ ବର୍ଷ ବୋଲି ଜଣା ପଡିଛି । ଗୁରୁବାର ଦ୍ବିପହର ୨ଟା ସମୟରେ କାଦୋଡିହା ଗ୍ରାମର ଶମ୍ବୁ ଭୂମିଜୀ ଏବଂ ତାଙ୍କ ସ୍ତ୍ରୀ ଖାଇ ବସିଥିବାବେଳେ ପିଲାମାନେ ବାହାରେ ଖେଳୁଥିଲେ । ଏହି ସମୟରେ ଅଗଣାରେ ଖୋଳାଯାଇଥିବା ପାଇଖାନା ଟାଙ୍କିରେ ପଡି ଯାଇଥିଲେ ଉଭୟେ । ଟାଙ୍କିରେ ପାଣି ଭର୍ତି ହୋଇଥିବାବେଳେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି କୋଇଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅଘଟଣ ଖବର ପାଇଁ ଦୁଇ ଶିଶୁଙ୍କ ମା'ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।