ପରିବା ପୋଡପିଠା

Jun 15, 2026 - 17:18
ପରିବା ପୋଡପିଠା

 

 

ସାମଗ୍ରୀ _ ବିରି, ଅରୁଆ ଚାଉଳ, ନଡିଆ, ଗାଜର, ବିଟ, ପିଆଜ, କ୍ୟାପସିକମ,ପାନ ମଧୁରୀ,ଚିନି, ଘିଅ, ଲୁଣ ।

ପ୍ରଣାଳୀ _  ବିରି ଓ ଚାଉଳକୁ ଅଲଗା ଅଲଗା ବାଟି ନିଅନ୍ତୁ । ନଡିଆକୁ ପାତି କରି ନିଅନ୍ତୁ । ଏହାପରେ ସବୁ ପରିବାକୁ ଛୋଟଛୋଟ ଖଣ୍ଡ କରି କାଟନ୍ତୁ । ପ୍ରଥମେ କରେଇରେ ଘିଅ ପକାଇ ଚିନି ପକାନ୍ତୁ । ଚିନି ତରଳିଲେ ଏଥିରେ ପାନ ମଧୁରୀ ପକାଇ ଭାଜନ୍ତୁ । ଏହାପରେ ଏଥିର ସମସ୍ତ ପରିବା ପକାଇ ଭାଜନ୍ତୁ । ଏହାପରେ ବିରି ଓ ଚାଉଳ ବଟାକୁ  ଭଲକରି ମିଶାଇ ନିଅନ୍ତୁ । ଏଥିରେ ବର୍ତ୍ତମାନ ପରିବା ଭଜା, ନଡିଆ ପାତି ପକାଇ ଗୋଳାନ୍ତୁ । ଏହାପରେ ଏହି ଜନ୍ତଣୀରୁ ପ୍ରସ୍ତୁତ କରନ୍ତୁ ପରିବା ପୋଡପିଠା । ଏହାକୁ ପାରମ୍ପରିକ ଚୁଲିରେ କିମ୍ବା ପ୍ରେସର କୁକରରେ କରିପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।