ସୋମନାଥ ସ୍ୱାଭିମାନ ଯାତ୍ରା -୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Jun 15, 2026 - 17:18
ସୋମନାଥ ସ୍ୱାଭିମାନ ଯାତ୍ରା -୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସୋମନାଥ ପର୍ବ ଅବସରରେ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ସୋମନାଥ ଯାତ୍ରା । ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ପତାକା ଦେଖାଇ ସ୍ୱତନ୍ତ୍ର ଟ୍ରେନ ଯାତ୍ରାର ଶୁଭାରମ୍ଭ କରି ଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିଥିଲେ ।
WhatsApp Image 2026-06-15 at 3.03.11 PM (2)
 
ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ସୋମନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ପଠାଯାଇଛି । ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ସୋମନାଥ ମନ୍ଦିର ଭ୍ରମଣ କରିବା ପରେ ପୁଣି ଓଡିଶା ଫେରିବେ ।
WhatsApp Image 2026-06-15 at 3.03.12 PM
 

 ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିଛନ୍ତି ଯାତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି ।  ଏହି ତୀର୍ଥଯାତ୍ରା ସାରା ଦେଶରେ ଆୟୋଜିତ ହେଉଥିବା ମହାନ ରାଷ୍ଟ୍ରୀୟ ସଂକଳ୍ପ ‘ସୋମନାଥ ସ୍ୱାଭିମାନ ପର୍ବ’। 
ଏହି ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ "ଓଁ ନମଃ ଶିବାୟ" ପୁସ୍ତିକା ପ୍ରଦାନ କରାଯାଇଛି। ସୋମନାଥ ପୀଠରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ସହ ଭବ୍ୟ ଆଳତି, ପବିତ୍ର ରୁଦ୍ରାଭିଷେକ, ଅଖଣ୍ଡ ଓଁକାର ଜପ ଏବଂ ମନ୍ଦିରର ସ୍ୱର୍ଣ୍ଣିମ ଇତିହାସକୁ ଜୀବନ୍ତ କରୁଥିବା ଆଧୁନିକ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଏକ ଦିବ୍ୟ ଅନୁଭୂତିର ସାକ୍ଷୀ ହେବେ। 

 

 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।