ପଞ୍ଜିକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଟକଣା, ମିଛ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ
ପଞ୍ଜିକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଟକଣା, ମିଛ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ମିଛ ପ୍ରଚାର କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନଡିସି ଜାରି କଲା ଏହି ଆଡଭାଇଜରୀ । ରୋଗୀଙ୍କ ସମ୍ମାନ, ଗୋପନୀୟତାକୁ ଗୁରୁତ୍ବ, ଅନୈତିକ ପ୍ରଚାର ଲାଗି ଆଡଭାଇଜରୀ ଜାରି କରିଛି ନ୍ୟାସନାଲ ଡେଣ୍ଟାଲ କମିଶନ (ଏନ୍ଡିସି) ।
ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କଲା ଭଳି ଭିଡିଓ ବା ଫଟୋ ଜାରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରଯିଵା ସହ ପଞ୍ଜୀକରଣ ବାତିଲ ହେବ । ଦାନ୍ତ ଡାକ୍ତରମାନେ ବିଭିନ୍ନ ସମୟରେ ଚିକିତ୍ସା ନେଇ ମିଛ ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଛି । ନିଜର ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି ।
ଏଣିକି ପ୍ରଯୁଜ୍ୟ ବୈଧାନିକ ପ୍ରାବଧାନ ଓ ସଂଶୋଧିତ ଡେଣ୍ଡିଷ୍ଟ କୋଡ୍ ଅଫ୍ ଏଥିକ୍ସ ରେଗୁଲେସନ୍ସ ୨୦୧୪ ଅନୁସାରେ ସମସ୍ତ ପଞ୍ଜିକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ଆକର୍ଷିତ କରିବା, ଗୋପନୀୟତା, ପ୍ରଚାର ସମ୍ବନ୍ଧୀୟ ବ୍ୟବସାୟିକ ନୈତିକତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ରୋଗୀଙ୍କ ସମ୍ମାନ, ଗୋପନୀୟତା ଓ ପେଷାର ଗରିମା ବଜାୟ ରଖିବାକୁ ଏନଡିସି ପରାମର୍ଶ ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
