ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

Nov 18, 2026 - 10:59
ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

କଦଳୀଗଡ଼ : ଗତ ଗୁରୁବାରଠାରୁ ନିଖୋଜ ଥିବା ବୌଦ୍ଧର ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲା (୩୧)ଙ୍କ ମୃତଦେହ ରେଢ଼ାଖୋଲ ଥାନା ଅନ୍ତର୍ଗତ ମହତପୁର – ତ୍ରୀବଣପୁର ରାସ୍ତାର ବଘାରପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ମଧ୍ୟାହ୍ନରେ ପୁଲିସ ଉଦ୍ଧାର କରିଛି । ରାସ୍ତାରୁ ପ୍ରାୟ ୧୫୦ ମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ମୃତଦେହ ଉପରେ ଡାଳପତ୍ର ଘୋଡ଼ାଇ ରଖାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବୌଦ୍ଧ ଏସପି କୁଳଦୀପ ମୀନା ଓ ରେଢ଼ାଖୋଲ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛନ୍ତି। ଏଥିସହ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଚଳାଇଛି ।

ବ୍ୟବସାୟୀଙ୍କ ମୃତ୍ୟୁ ପଛରେ କାରଣ କ’ଣ ଏବଂ ଏହା ହତ୍ୟାକାଣ୍ଡ କି ନୁହେଁ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ଘଟଣାକୁ ନେଇ ବୌଦ୍ଧ ଓ କଦଳୀଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତ ଗୁରୁବାର ଠାରୁ ଜନୈକ ବ୍ୟକ୍ତିଙ୍କ ସହ ବାଇକରେ ସେ ଆସି ଆଉ ଫେରି ନ ଥିଲେ।ଏ ନେଇ ଗତ ୧୩ ତାରିଖରେ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇ ଥିଲା। ପୁଲିସ କଦଳୀଗଡ଼ ଓ ବିଶିପାଲିରେ ଥିବା ସିସିଟିଭିକୁ ଆଧାର କରି ଘଟଣାସ୍ଥଳରେ ପହଞ୍ଚିଥିଲେ । ତିନିଦିନ ହେଲା ପୁଲିସ ଡଗ ସ୍କ୍ୱାଡ୍ , ଡ୍ରୋନ କ୍ୟାମେରା ଓ ସାଇଣ୍ଟିଫିକ ଟିମ ନେଇ କଦଳୀଗଡ଼ ଓ ଆଖପାଖ ଅଞ୍ଚଳରେ ସନ୍ଧାନ ଜାରି ରଖିଥିଲେ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)