ନାବାଳକରଙ୍କ ପାଇଁ ପ୍ରସ୍ତୁତ ହେଲା ୮୦ କିଲୋମିଟରର ଗ୍ରୀନ କରିଡର

Jul 30, 2026 - 15:19
ନାବାଳକରଙ୍କ ପାଇଁ ପ୍ରସ୍ତୁତ ହେଲା ୮୦ କିଲୋମିଟରର ଗ୍ରୀନ କରିଡର

କୃଷ୍ଣପ୍ରସାଦ : ଜଣେ ନାବାଳକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରସ୍ତୁତ ହେଲା ୮୦ କିଲୋମିଟରର  ଗ୍ରୀନ କରିଡର । ସ୍କୁଲରୁ ଫେରୁଥିବାବେଳେ ସାଇକେଲ ରୁ ପଡିଯାଇଥିଲେ କୃଷ୍ଣପ୍ରସାଦ ଅଞ୍ଚଳର ୫ମ ଶ୍ରେଣୀ ଛାତ୍ର ପ୍ରଭୁପାଦ ଜେନା । ତାଙ୍କ ପେଟରେ ସାଇକେଲ ହ୍ୟାଣ୍ଡେଲ ପଶିଯିବାରୁ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ କୃଷ୍ଣପ୍ରସାଦ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ପଠାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ପ୍ରଭୁପାଦଙ୍କ ପାଇଁ ୮୦ କିଲୋମିଟରର ଗ୍ରୀନ କରିଡର ପ୍ରସ୍ତୁତ କରିଥିଲା କୃଷ୍ଣପ୍ରସାଦ ପୋଲିସ । ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ରେ ପ୍ରଭୁପାଦ ଜେନାନାକ ଚିକିତ୍ସା ଜାରି ରହିଥିବାବେଳେ ସେ ବିପଦମୁକ୍ତ ଥିବା ଜଣାପଡିଛି  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।