ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି? ଜାଣନ୍ତୁ ଏହି ୧୦ଟି ଲକ୍ଷଣ ଏବଂ ସୁରକ୍ଷା ଉପାୟ

Jul 30, 2026 - 15:19
ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି? ଜାଣନ୍ତୁ ଏହି ୧୦ଟି ଲକ୍ଷଣ ଏବଂ ସୁରକ୍ଷା ଉପାୟ

ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ବଢୁଥିବା ସାଇବର ଅପରାଧ କାରଣରୁ ମୋବାଇଲ୍ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ହ୍ୟାକର୍ ମାନେ ଅତି ସହଜରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି, ତେବେ କିଛି ସାଧାରଣ ଲକ୍ଷଣରୁ ଆପଣ ଏହା ଜାଣିପାରିବେ।

ଫୋନ୍ ହ୍ୟାକ୍ ହେବାର ୧୦ଟି ପ୍ରମୁଖ ଲକ୍ଷଣ

୧. ବ୍ୟାଟେରୀ ଶୀଘ୍ର ସରିଯିବା: ଯଦି ଫୋନ୍ ର ବ୍ୟାଟେରୀ ଅସ୍ୱାଭାବିକ ଭାବରେ ଶୀଘ୍ର ସରିଯାଉଛି, ତେବେ ବ୍ୟାକଗ୍ରାଉଣ୍ଡରେ କୌଣସି ସ୍ପାଏୱେର୍ (Spyware) ଚାଲୁଥାଇପାରେ।

୨. ଅଧିକ ଡାଟା ଖର୍ଚ୍ଚ: ଇଣ୍ଟରନେଟ୍ ବ୍ୟବହାର ନକରି ମଧ୍ୟ ଅଧିକ ମୋବାଇଲ୍ ଡାଟା ଖର୍ଚ୍ଚ ହେବା ହ୍ୟାକିଂର ଏକ ପ୍ରମୁଖ ଲକ୍ଷଣ।

୩. ଅଜଣା ଆପ୍ସ: ଫୋନରେ ନିଜେ ଇନଷ୍ଟଲ କରିନଥିବା କୌଣସି ଅଜଣା ଆପ୍ସ ଦେଖିବାକୁ ମିଳିବା।

୪. ଫୋନ୍ ଗରମ ହେବା: ସାଧାରଣ ବ୍ୟବହାର ସମୟରେ କିମ୍ବା ଫୋନ୍ ରଖାଯାଇଥିବା ବେଳେ ବି ଫୋନ୍ ଅଧିକ ଗରମ ହୋଇଯିବା।

୫. ଅନାବଶ୍ୟକ ପପ୍-ଅପ୍ସ୍: ବାରମ୍ବାର ଫୋନ୍ ସ୍କ୍ରିନରେ ବିଜ୍ଞାପନ ବା ପପ୍-ଅପ୍ ଆଡ୍ସ ଆସିବା।

୬. ଫୋନ୍ ସ୍ଲୋ ହେବା: ସ୍ମାର୍ଟଫୋନ୍ ଅଧିକ ହ୍ୟାଙ୍ଗ ହେବା ଏବଂ ଏହାର ପରଫରମାନ୍ସ ବହୁତ ସ୍ଲୋ ହୋଇଯିବା।

୭. ଅଜଣା ମେସେଜ୍ ଓ କଲ୍: ଆପଣଙ୍କ ନମ୍ବରରୁ ଅନ୍ୟମାନଙ୍କୁ ଆପେ ଆପେ ଅଜଣା ଲିଙ୍କ୍ କିମ୍ବା ମେସେଜ୍ ଯିବା କିମ୍ବା ଆପଣ କରିନଥିବା କଲ୍ ର ରେକର୍ଡ ଫୋନରେ ରହିବା।

୮. ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍: ଆପଣଙ୍କ ଇମେଲ୍ କିମ୍ବା ସୋସିଆଲ୍ ମିଡିଆରେ ଅସ୍ୱାଭାବିକ ଗତିବିଧି ଦେଖାଯିବା କିମ୍ବା ପାସୱାର୍ଡ ବଦଳିଯିବା।

୯. କ୍ୟାମେରା ଓ ମାଇକ୍ରୋଫୋନ୍ ଆକ୍ଟିଭ୍ ହେବା: ଆପଣଙ୍କ ବିନା ଅନୁମତିରେ ଏବଂ ଆପ୍ ବ୍ୟବହାର କରୁନଥିବା ସମୟରେ ବି ଫୋନ୍ ର କ୍ୟାମେରା କିମ୍ବା ମାଇକ୍ ଅନ୍ ହୋଇଯିବା।

୧୦. ଅଜଣା ଶବ୍ଦ ଶୁଭିବା: କଲ୍ ସମୟରେ ବାରମ୍ବାର କୌଣସି ଅଜଣା ବ୍ୟାକଗ୍ରାଉଣ୍ଡ୍ ଶବ୍ଦ ବା ଇକୋ ଶୁଭିବା, ଯାହାକି କେହି ଆପଣଙ୍କ କଲ୍ ଶୁଣୁଥିବାର ସଙ୍କେତ ହୋଇପାରେ।

ସୁରକ୍ଷା ପାଇଁ କ'ଣ କରିବେ?

ନିଜ ଫୋନକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମୋବାଇଲ୍ ର ଅପରେଟିଂ ସିଷ୍ଟମ୍ ଓ ଆପ୍ସ କୁ ଅପଡେଟ୍ ରଖନ୍ତୁ। କେବେହେଲେ ହ୍ୱାଟସ୍ ଆପ୍ କିମ୍ବା ମେସେଜ୍ ରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଅନଭେରିଫାଇଡ୍ ସୋର୍ସରୁ କୌଣସି ଆପ୍ ଇନଷ୍ଟଲ୍ କରନ୍ତୁ ନାହିଁ। ବର୍ତ୍ତମାନ ସମୟରେ ସାର୍ବଜନୀନ ୱାଇ-ଫାଇ (Public Wi-Fi) ର ବ୍ୟବହାରରୁ ନିବୃତ୍ତ ରହିବା ଏବଂ ସମସ୍ତ ଆକାଉଣ୍ଟରେ ଟୁ-ଫ୍ୟାକ୍ଟର ଅଥେଣ୍ଟିଫିକେସନ୍ (2FA) ସକ୍ରିୟ କରିବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ଆପଣଙ୍କ ଫୋନରେ ଉପରୋକ୍ତ ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଫୋନ୍ କୁ ଫ୍ୟାକ୍ଟ୍ରି ରିସେଟ୍ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।