‘ନବୀନଙ୍କ ଲୋକପ୍ରିୟତାକୁ ନେଇ ଭୟଭୀତ ସରକାର, ସହିପାରୁ ନାହାନ୍ତି ଜନନାୟକଙ୍କ ପ୍ରଶଂସା’

Nov 25, 2026 - 20:40
‘ନବୀନଙ୍କ ଲୋକପ୍ରିୟତାକୁ ନେଇ ଭୟଭୀତ ସରକାର, ସହିପାରୁ ନାହାନ୍ତି ଜନନାୟକଙ୍କ ପ୍ରଶଂସା’

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବର୍ତ୍ତମାନରେ ଯିଏ ଆନନ୍ଦ ଭବନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କଲେ। କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଥାଇ ବି ଦରମା ନେଲେନି। ବିଧାନସଭାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଦ୍ବିଗୁଣିତ ହେଲା ପରେ ବି ଯିଏ ବର୍ଦ୍ଧିତ ଦରମା ନେବାକୁ ମନା କଲେ, ଏଭଳି ଜନନାୟକଙ୍କ ବିଦେଶ ଗସ୍ତକୁ ନେଇ ଏବେ ସରକାର ପ୍ରଶ୍ନ ଉଠାଇବା ଲଜ୍ଜାଜନକ। ୧୯୯୯ ମହାବାତ୍ୟା । ଧ୍ବସ୍ତବିଧ୍ବସ୍ତ ଓଡ଼ିଶା । କେହି କେବେ ଭାବି ନଥିଲେ ଓଡ଼ିଶା ନିଜ ଗୋଡ଼ରେ ଠିଆ ହୋଇ ପାରିବ। ହେଲେ ୨୦୦୦ ମସିହାରେ ଶାସନ ଭାର ସମ୍ଭାଳିଥିଲେ ନବୀନ ପଟ୍ଟନାୟକ। ମହାବାତ୍ୟାର ବିଭୀଷିକାରେ ଅଭାବୀ ପାଲଟିଥିବା ଓଡ଼ିଶାକୁ ପ୍ରଭାବୀ ଓଡ଼ିଶାରେ ପରିଣତ କରିଥିଲେ ନବୀନ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜନକଲ୍ୟାଣକାରୀ ଯୋଜନା କଲେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ ମଡେଲକୁ ବିଶ୍ବସ୍ତରରେ ସ୍ବୀକୃତି ମିଳିଲା। ଖାଲି ସେତିକି ନୁହେଁ, କୋଭିଡ ସମୟରେ ୧୭ଟି ରାଜ୍ୟକୁ ମାଗଣା ଅକ୍ସିଜେନ ଯୋଗାଇବାର ବି ନବୀନ ବ୍ୟବସ୍ଥା କଲେ। ଜରୁରୀକାଳୀନ ପରିସ୍ଥିତିରେ ଦରମା ନେଲେନି। ୨୫ ବର୍ଷର ଜନସେବାରେ ନିଜକୁ ଓଡ଼ିଶାବାସୀଙ୍କ ପାଇଁ ସମର୍ପି ଦେଲେ। ଯେଉଁଥି ପାଇଁ ଆଜି ବିରୋଧୀ ଦଳରେ ଥିଲେ ବି ନବୀନଙ୍କୁ ଗୁହାରି କରୁଛନ୍ତି ଜନତା। ଦରଦାମ ବୃଦ୍ଧି ପ୍ରସଙ୍ଗ ହେଉ ବା ଏମଏମଡିଆର, ସରକାରଙ୍କୁ ଯେବେ ଘେରିବାକୁ ସମୟ ଆସିଲା, ନବୀନଙ୍କୁ ପୁଣି ଥରେ ମିଳିଲା ଜନସମର୍ଥନ। ଯେଉଁଥି ପାଇଁ ସରକାର ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ସେପଟେ କଂଗ୍ରେସ ବି ଏହି ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି। ଅନେକ ନେତା ବିଦେଶ ଗସ୍ତ କରନ୍ତି। ହେଲେ ବିରୋଧୀ ଦଳ ନେତାଙ୍କ ସ୍ବର ଚାପିବାକୁ ସରକାର ଯେଉଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ତାହା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ।

ସରକାରଙ୍କ ବିରୋଧରେ ଏବେ ଅନେକ ଅଭିଯୋଗ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଫଳତା ତ ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି। ନବୀନ ଯେବେ ଗଞ୍ଜାମ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ, ସମସ୍ତେ କୋହଭରା କଣ୍ଠ ଓ ଆଖିରେ ଲୁହ ରଖି ନିଜ ନିଜ ଦୁଃଖ ଜଣାଇଲେ। ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟି କହି ସରକାର ମିଛ ବାହାସ୍ଫୋଟ ମାରିଥିଲେ ବୋଲି ପ୍ରମାଣିତ ହେଲାଣି। ତେଣୁ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସରକାର ନବୀନଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆକଳନ କଲେଣି ରାଜନୀତି ବିଶେଷଜ୍ଞ। ଖାଲି ସେତିକି ନୁହେଁ, ପୂର୍ବରୁ ମଧ୍ୟ ୩ଟି ପ୍ରସଙ୍ଗରେ ତଦନ୍ତ କରିଥିଲେ ସରକାର। କିନ୍ତୁ ସବୁ ତକ ଭୁଲ ପ୍ରମାଣିତ ହେଲା ।

୨୪ ବର୍ଷ ୨୪ ବର୍ଷ କହି ଆଉ ଖସି ପାରିବ ନାହିଁ ବିଜେପି ସରକାର। ନିଜ ଶାସନର ଅଢ଼େଇ ବର୍ଷ ବିତିଲାଣି। ନିଜ ସରକାରରେ ଖର୍ଚ୍ଚ ହୋଇ ପାରୁନି ବଜେଟ ଅର୍ଥ। ସେପଟେ କମିବାରେ ଲାଗିଛି କେନ୍ଦ୍ର ଅନୁଦାନ। ଏ ସବୁ ପ୍ରସଙ୍ଗରୁ ମୁହଁ ଫେରାଇ ପୂର୍ବ ସରକାରକୁ ଟାର୍ଗେଟ କରି ବିଫଳ ହେଉଥିବା ବିଜେପି ସରକାର ପାଇଁ ଏହା ସତର୍କ ଘଣ୍ଟି ବୋଲି ଚର୍ଚ୍ଚା ଜୋର ଧରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)