ଦିଲ୍ଲୀର ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି

Sep 03, 2026 - 17:10
ଦିଲ୍ଲୀର ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ଜଳ ବୋର୍ଡ ଦୁର୍ନୀତି ମାମଲାରେ ତାଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଜାମିନ  ଦେଇଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବାର ଅଭିଯୋଗରେ ଜୈନଙ୍କୁ ଗିରଫ କରିଥିଲା ଆଣ୍ଟି କରପସନ ବ୍ୟୁରୋ। ଗତ ଅଗଷ୍ଟ ୧୮ ତାରିଖରେ ତାଙ୍କ ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଥିଲେ ଜଳ ବୋର୍ଡ ର ପୂର୍ବତନ ସିଇଓ।

ବିଚାର ବିଭାଗୀୟ ହାଜତ ସରିବା ପରେ ଆଜି ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଆଜି ଜାମିନ ଦେଇଛନ୍ତି। ଆପ୍ କହିଛି, ଜାମିନ ତ ମିଳିବାର ଥିଲା, ଦୁର୍ନୀତି ଅଭିଯୋଗ ପୂରା ମିଛ। କେବଳ ରାଜନୈତିକ ପ୍ରତିଶୋଧ ପାଇଁ ବିଜେପି ଏପରି କରିଥିଲା। ଜୈନ ପଂଜାବ ଦାୟିତ୍ଵରେ ଥିବାରୁ ଓ ଆଗକୁ ପଂଜାବ ନିର୍ବାଚନ ଆସୁଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।  …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)