ଦାନ୍ତରେ କାର ଭିଡା

Jul 29, 2026 - 14:49
ଦାନ୍ତରେ କାର ଭିଡା

 

ସାଧାରଣତଃ ଶ୍ରାବଣ ମାସରେ ଶିବଭକ୍ତମାନେ ପାଦରେ ଚାଲି, ସାଇକେଲ୍ କିମ୍ବା ବାଇକ୍ ସାହାଯ୍ୟରେ କାଉଡି ଯାତ୍ରା କରିଥାନ୍ତି । ମାତ୍ର ଉତ୍ତର ପ୍ରଦେଶର ଶିବଭକ୍ତ ନରେନ୍ଦ୍ର ଜାଟ୍ ଦାନ୍ତରେ କାର୍ ଟାଣି ଗଙ୍ଗାଜଳ ଧରି ଫେରୁଥିବାର ଏକ ଅନନ୍ୟ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ନରେନ୍ଦ୍ର ଗତ ଜୁଲାଇ ୧୦ ତାରିଖରୁ ହରିଦ୍ୱାରରୁ ବାହାରିଛନ୍ତି, ଯେଉଁଥିରେ ସେ କାର୍ଟିକୁ ରସି ସାହାଯ୍ୟରେ ବାନ୍ଧି ନିଜ ଦାନ୍ତ ବଳରେ ଆଗକୁ ଟାଣି ଟାଣି ନେଉଛନ୍ତି । ଏହି କାର୍ର ଛାତ ଉପରେ ୧୧ ଲିଟର ଗଙ୍ଗାଜଳ ଏବଂ ଭଗବାନ ଶିବଙ୍କ ପ୍ରତିମା ସ୍ଥାପିତ ହୋଇଛି । ଏହି ଯାତ୍ରାରେ ତାଙ୍କ ଗାଁର ପାଞ୍ଚଜଣ ଶିବଭକ୍ତଙ୍କ ସହ ଜଣେ ୧୦ ବର୍ଷର ବାଳକ ମଧ୍ୟ ସାମିଲ ଅଛନ୍ତି । ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ଏହି ଯାତ୍ରା କେବଳ ଭଗବାନ ଶିବଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ପାଇଁ ନୁହେଁ, ବରଂ ଗୋ-ମାତାଙ୍କୁ 'ରାଷ୍ଟ୍ରମାତା'ର ମାନ୍ୟତା ଦେବାର ସନ୍ଦେଶ ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ । ସେ ଆଗାମୀ ଅଗଷ୍ଟ ୧୧ ତାରିଖରେ ଅଲୀଗଡ଼ରେ ପହଞ୍ଚି ନିଜର ଏହି ପ୍ରାୟ ଗୋଟିଏ ମାସର କଠିନ ଯାତ୍ରା ଶେଷ କରିବେ ଏବଂ ସେଠାରେ ଥିବା ପ୍ରାଚୀନ ମହାଦେବ ମନ୍ଦିରରେ ଗଙ୍ଗାଜଳ ଅର୍ପଣ କରି ଜଳାଭିଷେକ କରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।