ଦଶହରାରେ ପାଇକ କ୍ରୀଡ଼ା
ହିନ୍ଦୋଳ: ଦଶହରାରେ ପାଇକ କ୍ରୀଡ଼ା । ଓଡ଼ିଆ ବୀର ପାଇକ ପୁଅଙ୍କ ରଣ କୌଶଳ ପ୍ରଦର୍ଶନ। ଏବେ ବି ବଞ୍ଚି ରହିଛି ରାଜ ରାଜୁଡ଼ା ଅମଳର ପରମ୍ପରା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଡ଼ଜାତ ଅଂଚଳରେ ପାଇକ ପୁଅର ସମରକଳା । ବାଡ଼ି ଖେଳ, ଖଣ୍ଡା ଖେଳ ସହ ଶଗଡ଼ ଚକାରେ ଖେଳ, ଦେହ ଉପରେ ପଥର ଭାଙ୍ଗିବା ସହ ନିଆଁ ଖେଳ ଭଳି ଅନେକ ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛନ୍ତି ଆଜିର ପାଇକ ପୁଅ । ଏହି ଦୁଃସାହାସିକ କ୍ରୀଡା ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ । ଅନେକ ଗଡ଼ଜାତ ଗାଁରେ ଏବେ ମଧ୍ୟ ଦେଖିବାକୁ ମିଳୁଛି ଏହି ପୁରୁଣା ପରମ୍ପରା । ବୀର ପାଇକ ପୁଅ ମାନେ ଏହି ଖେଳ ମାଧ୍ୟମରେ ତାଙ୍କର ବୀରତ୍ବର ପରିଚୟ ଦେଇଛନ୍ତି
ପାଇକ ପ୍ରସିଦ୍ଧ ଦୁଦୁରକୋଟ ଗାଁରେ ଏହି କ୍ରୀଡା ଦଶହରା ଦିନ ଦେଖିବାକୁ ମିଳିଛି। ବୁଢ଼ା ହେଉ କି ଯୁବକ ସମସ୍ତେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ମା ରାମଚଣ୍ଡୀଙ୍କୁ ପୂଜା କରିବା ପରେ ଗାଁ ଦଶହରା ପଡିଆରେ ଏହି କ୍ରୀଡା ପ୍ରଦର୍ଶନ କରିଛନ୍ତି। ଏହାକୁ ଦେଖିବାକୁ ଆଖପାଖରୁ ବହୁ ଲୋକଙ୍କ ସମାଗମ ହୋଇଛି।
ଆଉ ନାହିଁ ରାଜା ରାଜୁଡ଼ା ଶାସନ, ଆବଶ୍ୟକ ପଡୁନି ବୀର ପାଇକ ପୁଅର ସମର କଳା ପ୍ରଦର୍ଶନ। ମିଳୁନି କଳାକାର ଭତ୍ତା। ଅନେକ ଅବହେଳିତ ଅବସ୍ଥାରେ କାଟୁଛନ୍ତି ଦିନ । ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଲେ ଏହି କ୍ରୀଡ଼ାର ପ୍ରଚାର ପ୍ରସାର ହୋଇପାରନ୍ତା । —
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
