ଦଳଖମଣ ବ୍ରିଜ୍‌ରେ ଟ୍ରେଲର-ଟ୍ରକ୍ ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଗୁରୁତର

Aug 16, 2026 - 15:35
ଦଳଖମଣ ବ୍ରିଜ୍‌ରେ ଟ୍ରେଲର-ଟ୍ରକ୍ ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଗୁରୁତର

ନନ୍ଦିଘୋଷ ବ୍ୟୁରୋ; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ନିକଟ ଦଳଖମଣ ବ୍ରିଜ୍ ଉପରେ ଭୟାବହ ସଡ଼କ ଦୁର୍ଘଟଣା। ଟ୍ରେଲର-ଟ୍ରକ ମୁହାଁମୁହିଁ ଧକ୍କା। ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର। ସମ୍ବଲପୁରରୁ ଏକ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ଏକ ଲୁହା ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ଯୋଗୁ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି। ଦୁର୍ଘଟଣା ପରେ ବ୍ରିଜ୍ ଉପରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବାରୁ ଯାତାୟାତ ପ୍ରଭାବିତ ହୋଇଛି। ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଅନ୍ୟ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଛି। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media