ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକଙ୍କ ପିଏ ସୁମିତ ରୟଙ୍କୁ ଗିରଫ କରିଛି ସିଆଇଡି

Sep 10, 2026 - 16:37
ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକଙ୍କ ପିଏ ସୁମିତ ରୟଙ୍କୁ ଗିରଫ କରିଛି ସିଆଇଡି

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକଙ୍କ ପିଏ ସୁମିତ ରୟଙ୍କୁ ଗିରଫ କରିଛି ସିଆଇଡି। ସୁପ୍ରିମକୋର୍ଟ ତାଙ୍କ ସୁରକ୍ଷା ଉଠାଇ ନେବା ପରେ ସିଆଇଡି ତାଙ୍କୁ କାଲିଘାଟ ଘରୁ ଗିରଫ କରିଛି।ସିଆଇଡି ଅଧିକାରୀମାନେ ସୁମିତଙ୍କୁ ଦକ୍ଷିଣ କୋଲକତାସ୍ଥିତ ସିଆଇଡି କାର୍ଯ୍ୟାଳୟ ଭବାନୀ ଭବନକୁ ନେଇଛନ୍ତି। ସେଠାରୁ ତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ କୋଲକତା ସ୍ଥିତ SSKM ହସ୍ପିଟାଲକୁ ନିଆଯାଇଛି। ସୁପ୍ରିମ କୋର୍ଟ ସୁମିତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ।

ବର୍ତ୍ତମାନ ସାଂସଦ ଅଭିଷେକ ବାନାର୍ଜୀ ଚିକିତ୍ସା ପାଇଁ ବିଦେଶରେ ଅଛନ୍ତି। ସିଆଇଡି ଅଧିକାରୀମାନେ କାଳୀ ଘାଟ ଘରକୁ ଯିବା ମାତ୍ରେ ସେଠାରେ ସୁରକ୍ଷାକର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ଧସ୍ତାଧସ୍ତି ପରେ ସିଆଇଡି ଅଧିକାରୀମାନେ ଗେଟ୍ ଖୋଲି ଭିତରକୁ ପ୍ରବେଶ କରିଥିଲେ। ପରେ ତାଙ୍କୁ ଗିରଫ କରି ଏକ କାରରେ ନିଆଯାଇଥିଲା। ମେଦିନୀପୁର ଜିଲ୍ଲାସ୍ଥିତ ଶାଳବାଣୀ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସୁମିତଙ୍କ ଗିରଫଦାରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ କହିଥିଲେ, କୁଖ୍ୟାତ ଟୋଲ୍ କଲେକ୍ସନ ସୁମିତ ରାୟଙ୍କୁ ଗିରଫ କରାଯାଇଛି। ସୁମିତ ଶାଳବାଣୀ ଜମି ଦୁର୍ନୀତି ମାମଲାର ଜଣେ ଅଭିଯୁକ୍ତ। ସେହି ମାମଲାରେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ, ସୁମିତ ସୁପ୍ରିମକୋର୍ଟକୁ ଯାଇଥିଲେ। ବୁଧବାର ଏବଂ ଗୁରୁବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୁମିତଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)