ଢେଙ୍କାନାଳରେ ପେଟ୍ରୋଲ ପମ୍ପରେ ପ୍ରଶାସନର ଚଢ଼ାଉ, ୩ ପମ୍ପକୁ ସୋ-କଜ୍ ନୋଟିସ୍

Sep 20, 2026 - 16:41
ଢେଙ୍କାନାଳରେ ପେଟ୍ରୋଲ ପମ୍ପରେ ପ୍ରଶାସନର ଚଢ଼ାଉ, ୩ ପମ୍ପକୁ ସୋ-କଜ୍ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ : ପେଟ୍ରୋଲ ପମ୍ପରେ ପ୍ରଶାସନର ଚଢ଼ାଉ । ସଠିକ ପେଟ୍ରୋଲ ଦେଉ ନଥିବା ଓ ଅପମିଶ୍ରଣ ଅଭିଯୋଗ ପରେ ଢେଙ୍କାନାଳର ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଇଛି । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି ଯାଞ୍ଚ । କୋରିଆନ ବାଇପାସ୍ FCI ରୋଡ୍‌ର ଗଣେଶ ପ୍ରସାଦ ଅଗ୍ରୱାଲ ପେଟ୍ରୋଲ ପମ୍ପ, କୁଞ୍ଜକାନ୍ତାର କପିଳାସ ଫିଲିଂ ଷ୍ଟେସନ୍ ଏବଂ ସପ୍ତଶଯ୍ୟା ରୋଡ୍‌ର ସପ୍ତଶଯ୍ୟା ଫିଲିଂ ଷ୍ଟେସନ୍‌ରେ ଯାଞ୍ଚ କରିଛି ପ୍ରଶାସନ । ଅନିୟମିତତା ମିଳିବା ପରେ ତିନୋଟି ପମ୍ପକୁ ଜାରି ହୋଇଛି ସୋ-କଜ୍ ନୋଟିସ୍ । କୁଞ୍ଜକାନ୍ତାର କପିଳାସ ଫିଲିଂ ଷ୍ଟେସନ୍‌ରୁ ଆଦାୟ ହୋଇଛି ୫ ହଜାର ଟଙ୍କା ଜରିମାନା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)