13 SEPTEMBER 2026

Welcome!

Unlock your personalized experience.
Sign Up

ଟ୍ୟୁବ୍‌ରେ ଚାଲିଛି ସମୁଦ୍ର ବୁଡ଼ିଙ୍କ ଉଦ୍ଧାର

Sep 13, 2026 - 09:49
ଟ୍ୟୁବ୍‌ରେ ଚାଲିଛି ସମୁଦ୍ର ବୁଡ଼ିଙ୍କ ଉଦ୍ଧାର

ପୁରୀ(ସତ୍ୟନାରାୟଣ ରାଉତରାୟ): ପୁରୀ ବେଳାଭୂମିକୁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଅଥଚ ସମୁଦ୍ରରେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ଏବେ ମଧ୍ୟ କେବଳ ରବର ଟ୍ୟୁବ୍‌ର ସାହାରା ନିଆଯାଉଛି। ୨୦୨୩ରେ ପର୍ଯ୍ୟଟକଙ୍କ ସୁରକ୍ଷା ଭିତ୍ତିଭୂମି ବୃଦ୍ଧି ଲାଗି ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ହେଲା, କିନ୍ତୁ ୫୦ ଟଙ୍କା ବି ଖର୍ଚ୍ଚ ହେଲା ନାହିଁ। ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଲାଇଫଗାର୍ଡଙ୍କୁ ଆଧୁନିକ ସରଞ୍ଜାମ ଯୋଗାଇ ଦିଆଯାଇଛି ବୋଲି କୁହାଗଲା, ମାତ୍ର ସେମାନେ ଏବେ ବି ରବର ଟ୍ୟୁବ୍‌ରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। 

Milk produced: ଓଡ଼ିଶାର ୮୦ ଭାଗ ଗାଈ ଓ ମଇଁଷି ଦେଉଥିବା କ୍ଷୀର ଉଚ୍ଚ ଗୁଣବତ୍ତାସଂପନ୍ନ: ଡ. ସୁଶାନ୍ତ ଦାଶ

ପ୍ରତିଦିନ ୬-୭ଜଣଙ୍କୁ ଉଦ୍ଧାର କରାଯାଉଛି
ଅଛନ୍ତି ୩୫୦ ଲାଇଫଗାର୍ଡ 
ନାହିଁ ଆଧୁନିକ ସରଞ୍ଜାମ

ରେକର୍ଡ ମୁତାବକ, ପୁରୀରେ ନୋଳିଆ ସମ୍ପ୍ରଦାୟ ସ୍ବାଧୀନତା ପୂର୍ବରୁ ଭିଆଇପିଙ୍କ ବାଥ୍‌ ଆଟେଣ୍ଡାଣ୍ଟ (ସମୁଦ୍ର ସ୍ନାନ ସହାୟକ) ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲେ। ୧୦୦ ବର୍ଷ ତଳେ ଯେଉଁ ଟ୍ୟୁବର ସାହାରା ନେଉଥିଲେ, ଆଜି ମଧ୍ୟ ସେଇ ଧାରା ବଳବତ୍ତର। ପୁରୀ ବେଳାଭୂମି ୮ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଲାଇଟ ହାଉସଠାରୁ ସିଟି ରୋଡ ପର୍ଯ୍ୟନ୍ତ ୪ କିଲୋମିଟର ପରିବ୍ୟାପ୍ତ ବେଳାଭୂମିରେ ଘରୋଇ ସ୍ତରରେ ୩୫୦ ଲାଇଫଗାର୍ଡ ନିୟୋଜିତ। ମାତ୍ର ସେମାନଙ୍କ ନିକଟରେ ଲାଇଫ ଜ୍ୟାକେଟଟିଏ ବି ନାହିଁ। ପର୍ଯ୍ୟଟକଙ୍କ ଉପରେ ପୁରୀର ସିଂହଭାଗ ଅର୍ଥନୀତି ନିର୍ଭରଶୀଳ। ଏଥିରୁ ପ୍ରଶାସନ ଜରିଆରେ ଭରପୂର ରାଜସ୍ବ ମଧ୍ୟ ଆସୁଛି। ମାତ୍ର ସେଇ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପ୍ରଶାସନିକ ସ୍ତରରୁ ଲାଇଫ ଜାକେଟ୍‌ଟିଏ ମଧ୍ୟ ଦିଆଯାଇନାହିଁ। ପୁରୀ ବିଚ୍‌ ଲାଇଫଗାର୍ଡ ମହାସଂଘର ସମ୍ପାଦକ ବାଡି ଶିବା ରାଓ କହିଛନ୍ତି, ପର୍ଯ୍ୟଟକଙ୍କ ଆଗମନ ବଢ଼ୁଥିବାରୁ ଦୈନିକ ସମୁଦ୍ର ବୁଡ଼ି ସଂଖ୍ୟା ବଢ଼ୁଛି। ପ୍ରତିଦିନ ୬-୭ ଜଣଙ୍କୁ ପାଣିରେ ବୁଡ଼ି ପ୍ରାଣ ହରାଇବା ପୂର୍ବରୁ ଉଦ୍ଧାର କରାଯାଉଛି। ଯଦିଓ ପାଣି ବୁଡ଼ି ମୃତ୍ୟୁ ହାର କମିଛି, ତଥାପି ଅକାଳରେ ବହୁ ଜୀବନ ଚାଲି ଯାଉଛି। ଗଭୀର ସମୁଦ୍ରକୁ ଭାସିଯିବା ବେଳେ ଆଖିରେ ପଡ଼ିଲେ ଉଦ୍ଧାର କରୁଛୁ। ଦୈନିକ ସକାଳ ୯ଟାରୁ ସନ୍ଧ୍ୟା ଯାଏଁ ପାଣିରେ ଘାଣ୍ଟି ହେଲେ ପର୍ଯ୍ୟଟନ ଋତୁରେ ୫ଶହରୁ ୬ଶହ ଟଙ୍କା ରୋଜଗାର ହୁଏ। ଅନ୍ୟ ସମୟରେ ରୋଜଗାର ୩ଶହ ଟଙ୍କା ଭିତରେ ସୀମିତ ରୁହେ। ବେଳେବେଳେ ଉଦ୍ଧାର ପରେ ପର୍ଯ୍ୟଟକଙ୍କ ପରିବାର ଖୁସି ହୋଇ ଆମକୁ କୁଣ୍ଢାଇ ପକାନ୍ତି। ଖୁସିରେ କାନ୍ଦି ପକାନ୍ତି ଓ ଶ୍ରଦ୍ଧା କରନ୍ତି। ନୂଆ ଜୀବନ ପାଇଗଲୁ ବୋଲି କୁହନ୍ତି। ଏତିକି ହିଁ ଆମର ସମ୍ପଦ। 

Art Gallery: ଚିତ୍ରଶାଳା: କ୍ୟାନ୍‌ଭାସ୍‌ରେ ନୁହେଁ, ମାଟିରେ ରଙ୍ଗ ମାଖନ୍ତି

ଏନେଇ ମହାସଂଘର ସମ୍ପାଦକ ହ୍ୟାରି ରାଓ କହିଛନ୍ତି, କୌଣସି ପ୍ରକାରର ଆଧୁନିକ ଉପକରଣ ଆମ ପାଖରେ ନାହିଁ। ଏବେ ମଧ୍ୟ ଟ୍ୟୁବରେ କାମ ଚଳାଉଛୁ। ସରକାରଙ୍କ ତରଫରୁ ୧୦୦ ଜଣ ନିଯୁକ୍ତ ହୋଇଛନ୍ତି, ମାତ୍ର ସକ୍ରିୟ ପ୍ରାଇଭେଟ ଲାଇଫ ଗାର୍ଡଙ୍କ ସଂଖ୍ୟା ୩୫୦। ଏହି ୩୫୦ ଲାଇଫଗାର୍ଡଙ୍କ ପାଖରେ ନା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାରର ଆଧୁନିକ ଉପକରଣ ଅଛି, ନା ସେମାନଙ୍କ ନିଜର ସୁରକ୍ଷା ପାଇଁ ସରକାରଙ୍କ ସୂତ୍ରରୁ କୌଣସି ପ୍ରୋତ୍ସାହନ ମିଳୁଛି। କେବଳ ରଥ ସମୟରେ ଦୈନିକ ୨ଶହ ଟଙ୍କା ପାରିତୋଷିକ ମିଳେ। ଏଥର ରଥଯାତ୍ରାରେ ସେତିକି ବି ଦେଲେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)