ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ, ଅଭିଯୁକ୍ତ ଗିରଫ

Nov 27, 2026 - 13:22
ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ, ଅଭିଯୁକ୍ତ ଗିରଫ

ବାରଙ୍ଗ: ଟଙ୍କା ପାଇଁ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦକ୍ଷିଣ ଉସୁମା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତକ ହେଲେ ଭାନୁପ୍ରିୟା ପାତ୍ର। ପୋଲିସ ଅଭିଯୁକ୍ତ ସ୍ୱାମୀ ବନମାଳୀ ପାତ୍ର ଓରଫ କଣ୍ଡୁଆକୁ ଗିରଫ କରିଛି। ସୂଚନା ଅନୁସାରେ, ବନମାଳୀ ଜଣେ ମଦ ବ୍ୟବସାୟୀ ଏବଂ ସେ ପ୍ରାୟତଃ ପରିବାର ଲୋକଙ୍କ ସହ ଝଗଡ଼ା କରନ୍ତି। ଗୁରୁବାର ରାତିରେ ସେ ନିଜ ପତ୍ନୀଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଭାନୁପ୍ରିୟା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସାମାନ୍ୟ କଥାକୁ ନେଇ ଉତ୍ତ୍ୟକ୍ତ ହୋଇ ବନମାଳୀ ନିଜ ପତ୍ନୀଙ୍କୁ ଆକ୍ରମଣ କରିଥିଲେ।  

ଏହି ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ବନମାଳୀ ଏକ ଲୁହା ସଣ୍ଡୁଆଶୀରେ ଭାନୁପ୍ରିୟାଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଭାନୁପ୍ରିୟାଙ୍କର ମୃତ୍ୟୁ ଘଟିଥିଲା। ପଡ଼ୋଶୀ ଏବଂ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ।  

ଖବର ପାଇ କଟକ ସଦର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ବନମାଳୀକୁ ରାତିରେ ହିଁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ବନମାଳୀ ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ ଏବଂ କିଛି ବର୍ଷ ପୂର୍ବେ ଜାମିନରେ ଆସିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)