ଟଙ୍କା ନେଣଦେଣକୁ ନେଇ ମରଣାନ୍ତକ ଆକ୍ରମଣ, ଭଙ୍ଗା କାଚ ବୋତଲରେ ଯୁବକଙ୍କ ମୁହଁକୁ ଆଘାତ

Sep 18, 2026 - 12:10
ଟଙ୍କା ନେଣଦେଣକୁ ନେଇ ମରଣାନ୍ତକ ଆକ୍ରମଣ, ଭଙ୍ଗା କାଚ ବୋତଲରେ ଯୁବକଙ୍କ ମୁହଁକୁ ଆଘାତ

ନନ୍ଦିଘୋଷ ବ୍ୟୁରୋ : ଟଙ୍କା ନେଣଦେଣକୁ ନେଇ ମରଣାନ୍ତକ ଆକ୍ରମଣ। ଭଙ୍ଗା କାଚ ବୋତଲରେ ଯୁବକଙ୍କ ମୁହଁକୁ ଆକ୍ରମଣ ଅଭିଯୋଗ। ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ସମାକୁଳା ଅଞ୍ଚଳରେ ସାମାନ୍ୟ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଉପୁଳା ଗାଁର ଯୋଗେନ୍ଦ୍ର ସେଠୀ ଓ ସୁରେନ୍ଦ୍ର ବେହେରାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଟଙ୍କା ନେଣଦେଣକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ନୟାହାଟ-କୋଣାର୍କ ମୁଖ୍ୟ ରାସ୍ତାରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ବଚସା ଉଗ୍ର ରୂପ ନେବାରୁ ଯୋଗେନ୍ଦ୍ର ପାଖରେ ଥିବା ଏକ କାଚ ବୋତଲ ଭାଙ୍ଗି ସୁରେନ୍ଦ୍ରଙ୍କ ମୁହଁକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ପାଇ ନୟାହାଟ ଫାଣ୍ଡି ଓ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଅଭିଯୁକ୍ତ ଯୋଗେନ୍ଦ୍ର ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)