Dead Body: ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Sep 18, 2026 - 11:56
Dead Body: ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

"ପାଲଲହଡ଼ା: ବିଲରୁ ଯୁବକଙ୍କ ମୃତଦେହଉଦ୍ଧାର।

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।

ମୃତକ ହେଉଛନ୍ତି ଖମାର ଥାନା ଜେନାପଡ଼ା ଗାଁର ସନ୍ତୋଷ ଗଡ଼ନାୟକ।ଅଭିଯୋଗ ଅନୁସାରେ, ସନ୍ତୋଷ ସାର ପକାଇବା ପାଇଁ ବିଲକୁ ଯାଇଥିଲେ।

ହେଲେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।ଗତକାଲି ସନ୍ଧ୍ୟା ସମୟରେ ଜାତୀୟ ରାଜପଥ-୧୪୯ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ସନ୍ତୋଷଙ୍କ ମୃତଦେହ ମିଳିଥିଲା।

ଏନେଇ ପରିବାରଲୋକେ ପୁଲିସକୁ ଖବର ଦେଇଥିଲେ।Advertisment ପୁଲିସ ତଦନ୍ତ ଆରମ୍ଭ କରିଛି ତେବେ ନିକଟସ୍ଥ ଅନ୍ୟ ଜମି ମାଲିକଙ୍କ ସହ ଝଗଡ଼ା ପରେ ସନ୍ତୋଷଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶବ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ତେବେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Death: ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ: ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ତୃତୀୟ ଶ୍ରେଣୀ ଛାତ୍ର ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)