ଜେନିଫର ବାରେଟୋ ମିସ ୟୁନିଭର୍ସ

Nov 25, 2026 - 11:59
ଜେନିଫର ବାରେଟୋ ମିସ ୟୁନିଭର୍ସ

ନୂଆଦିଲ୍ଲୀ : ୭୫ତମ ମିସ୍ ୟୁନିଭର୍ସ ୨୦୨୬ ମୁକୁଟ ଜିତିଛନ୍ତି ପୁଏର୍ଟୋ ରିକୋର ଜେନିଫର ବାରେଟୋ । ନଭେମ୍ବର ୨୪, ୨୦୨୬ ରେ ପୁଏର୍ଟୋ ରିକୋର ସାନ ଜୁଆନଠାରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ୧୧୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଡୋମିନିକାନ୍ ରିପବ୍ଲିକ୍‌ର ମେଲିସା ନୁନେଜ୍ ପ୍ରଥମ ରନର୍-ଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି । ଭାରତର ପ୍ରତିନିଧି କାଜିଆ ଲିଜ୍ ମେଜୋ (Kaziah Liz Mejo) ଟପ୍-୩୦ ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ସୂଚନାନୁସାରେ, ମିସ୍ ୟୁନିଭର୍ସ ମୁକୁଟ ଜିତିଥିବା ୨୭ ବର୍ଷୀୟା ଜେନିଫର ହେଉଛନ୍ତି ପ୍ରଥମ ବିବାହିତା ମହିଳା ଏବଂ ତାଙ୍କର ୭ ବର୍ଷର ଏକ ଝିଅ ଅଛି । ଜେନିଫର ସାଇକୋଲୋଜି (Psychology) ଏବଂ କ୍ଲିନିକାଲ୍ ସୋସିଆଲ୍ ୱାର୍କରେ ଦୁଇଟି ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ଘରୋଇ ହିଂସା ବିରୋଧରେ ସଚେତନତା ଏବଂ ସଙ୍କଟ ପରିଚାଳନା କ୍ଷେତ୍ରରେ କାମ କରନ୍ତି ।  

ଜେନିଫରଙ୍କ ଏହି ବିଜୟ ପୁଏର୍ଟୋ ରିକୋ ପାଇଁ ଷଷ୍ଠ ମିସ୍ ୟୁନିଭର୍ସ ଟାଇଟଲ୍ ଆଣିଦେଇଛି । ଏହା ପୂର୍ବରୁ ୧୯୭୦, ୧୯୮୫, ୧୯୯୩, ୨୦୦୧ ଏବଂ ୨୦୦୬ ରେ ମଧ୍ୟ ପୁଏର୍ଟୋ ରିକୋ ମିସ୍ ୟୁନିଭର୍ସ ବିଜୟୀ ହୋଇଥିଲା ।  

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)