ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା, ୨୨ ଯାଏଁ ଚାଲିବ ମହାସମର

Oct 13, 2026 - 22:52
ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା, ୨୨ ଯାଏଁ ଚାଲିବ ମହାସମର

ବରଗଡ଼:  ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା । ଜାନୁଆରୀ ୨୨ ତାରିଖ ଯାଏଁ ଚାଲିବ ଯାତ୍ରା । ବୈଠକରେ ବିଧିବଦ୍ଧ ଘୋଷଣା । ବରଗଡ଼ ୭୯ ତମ ଧନୁଯାତ୍ରା ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାନୁଆରୀ ୧୨ରୁ ୨୨ ତାରିଖ ଯାଏଁ ବିଶ୍ଵର ସର୍ବବୃହତ୍ତ ରଙ୍ଗମଞ୍ଚରେ ଯାତ୍ରା ଅନୁଷ୍ଠିତ ହେବ । ବରଗଡ଼ ମଥୁରା କଟକ ଓ ଅମ୍ବାପାଲ୍ଲୀ ହେବ ଗୋପପୁର । ଦୁଇଟି ଗାଁରେ ଚାଲିବ ଧନୁଯାତ୍ରା । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରାର କାର୍ଯ୍ୟକାରୀ ଓ ଉପଦେଷ୍ଟ କମିଟିକୁ ନେଇ ବସିଥିବା ବୈଠକରେ ଯାତ୍ରାର ଆୟବ୍ୟୟ ନେଇ ସବିଶେଷ ଆଲୋଚନା ହୋଇଥିଲା । ଆସନ୍ତା ଏକମାସ ଭିତରେ କମିଟି ବୈଠକ ବସି ଏନେଇ ଚୂଡ଼ାନ ଲକ୍ଷ୍ୟ ପ୍ରସ୍ତୁତ କରାଯିବ ଏହାସହ ଖୁବଶୀଘ୍ର କଳାକାର ଚୟନ ନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)