ଜଗତସିଂହପୁର ଜିଲ୍ଲାରେ ପୁଣି ମାତିଲେ ଅପରାଧୀ

Sep 10, 2026 - 17:09
ଜଗତସିଂହପୁର ଜିଲ୍ଲାରେ ପୁଣି ମାତିଲେ ଅପରାଧୀ

ନନ୍ଦିଘୋଷ ବ୍ୟୁରୋ :ଜଗତସିଂହପୁର ଜିଲ୍ଲାରେ ପୁଣି ମାତିଲେ ଅପରାଧୀ। ଜଗତସିଂହପୁର ଥାନା ଠାରୁ ମାତ୍ର ଦେଢ କିଲୋମିଟର ଦୂର ପ୍ରସିଦ୍ଧ  ସୋମନାଥ ହାଟ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଛଅ ସାତ ଜଣ ଦୁର୍ବୃତ୍ତ ପରିବା ହୋଲସେଲର ପ୍ରତାପ ନାୟକଙ୍କ ମୁଣ୍ଡ ଓ ବେକରେ ବନ୍ଧୁକ, କଟୁରୀ ଲଗାଇ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେହିପରି ଗୋପାଳ ସ୍ୱାଇଁ ଙ୍କ ଠାରୁ 16 ରୁ 17 ହଜାର ଟଙ୍କା ଲୁଟିନେଇ ଗୋରୁ ହାଟ ଠାରୁ ବାଇକ୍ ଧରି ଫେରାର୍ ହୋଇଯାଇଥିଲେ l

ଗଲାବେଳେ ହାତରେ ଧରିଥିବା ବୋମା ବେପାରୀଙ୍କ ଉପରକୁ ଫିଙ୍ଗି ଫୁଟାଇ ଆତଙ୍କ ସୃଷ୍ଟି କରି ଖସିଯାଇଥିଲେ l ଭୟଭୀତ ଅବସ୍ଥାରେ ଥିବା ବ୍ୟାବସାୟି 112 କୁ କଲ କରି ସଂଗେ ସଂଗେ ପୋଲିସ ଜଣାଇଥିଲେ l ପୋଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି। ଘଟଣା ସ୍ଥଳରୁ ପୋଲିସ ତିନୋଟି ଅଫୁଟା ବୋମା ଜବତ କରି ତଦନ୍ତ ପକ୍ରିୟା କୁ ଜୋରଦାର୍ କରିଛି l

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)