ଛାତ୍ରର ଛୁରାମାଡରେ ଅନ୍ୟ ଛାତ୍ର ଗୁରୁତର

Sep 24, 2026 - 11:20
ଛାତ୍ରର ଛୁରାମାଡରେ ଅନ୍ୟ ଛାତ୍ର ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଛାତ୍ରର ଛୁରାମାଡରେ ଅନ୍ୟ ଛାତ୍ର ଗୁରୁତର । ଛାତ୍ର ଏବଂ ଛାତ୍ର ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବାରୁ ଛାତ୍ରର ଛୁରାମାଡରେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକ ଘରୋଇ କୋଚିଂ ସେଣ୍ଟର ବାହାରେ ଘଟିଛି ଘଟଣା । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରର ପିଠିରେ ଗଭୀର ଆଘାତ ଲାଗିଛି । ଛାତ୍ର ଜଣକ ଏକ ଘରୋଇ କୋଚିଂ ସେଣ୍ଟର  ହଷ୍ଟେଲରେ ରହି ପାଠ ପଢୁଥିଲେ। କୁଚିଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସଂକ୍ରାନ୍ତରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଛାତ୍ରଙ୍କ ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି l ତେବେ କେଉଁ କାରଣରୁ ଏହି ଆକ୍ରମଣ ହେଲା, ସେ ନେଇ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)