ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡ ମାମଲା

Sep 17, 2026 - 07:55
ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡ ମାମଲା

ନନ୍ଦିଘୋଷ ବ୍ୟୁରୋ :ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡର ତେର ବର୍ଷ ପରେ ଅ୍ରଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ । ୧୦ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ । ଏଥିରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ଏହା ପୂର୍ବରୁ, ସେପ୍ଟେମ୍ବର ୫ ତାରିଖରେ, ଜଗଦଲପୁର ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତଙ୍କ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଝିରମ୍ ଭ୍ୟାଲି ହତ୍ୟାକାଣ୍ଡରେ ଜଣେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କୁ ହତ୍ୟା କରାଯାଇଥିଲା ।  ଯାହା ସମଗ୍ର ଦେଶକୁ ଚକିତ କରିଦେଇଥିଲା।  ୨୦୧୩ ମେ ୨୫ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନକ୍ସଲମାନେ ଦରଭା ଉପତ୍ୟକାର ଝିରମରେ କଂଗ୍ରେସର ପରିବର୍ତ୍ତନ ଯାତ୍ରାକୁ ଟାର୍ଗେଟ କରିଥିଲେ। ନକ୍ସଲମାନେ ପରିବର୍ତ୍ତନ ଯାତ୍ରାର ନେତା ଏବଂ ଅଂଶଗ୍ରହଣକାରୀଙ୍କୁ ଘେରି ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅନେକ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେର ବର୍ଷ ପରେ, ୧୦୧ ଜଣ ସାକ୍ଷୀଙ୍କ ବୟାନ, NIA ଦ୍ୱାରା ଉପସ୍ଥାପିତ ପ୍ରମାଣ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କୋର୍ଟ ସମସ୍ତ ୧୦ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)