Cat Bite: କୁକୁର ନୁହେଁ, ବିଲେଇ କାମୁଡ଼ା ବି ନେଇପାରେ ଜୀବନ!

Sep 17, 2026 - 07:51
Cat Bite: କୁକୁର ନୁହେଁ, ବିଲେଇ କାମୁଡ଼ା ବି ନେଇପାରେ ଜୀବନ!

"ନୂଆଦିଲ୍ଲୀ: କୁକୁର କାମୁଡ଼ିଲେ ଭୟରେ ହସ୍ପିଟାଲ ଦୌଡ଼ନ୍ତି...କିନ୍ତୁ ବିଲେଇ କାମୁଡ଼ିଲେ କୁହନ୍ତି "ଆରେ,କିଛି ହେବନି !

ହେଲେ ଜାଣନ୍ତି କି, ଏହି ଛୋଟ ଦେଖାଯାଉଥିବା କାମୁଡ଼ା ଭିତରେ ଲୁଚିଥାଇପାରେ ବଡ଼ ବିପଦ!

କୁକୁର ହେଉ କି ବିଲେଇ...

ଘରେ ପୋଷା ହୋଇଥିବା ଜୀବ ହେଉ କି ରାସ୍ତାରେ ବୁଲୁଥିବା ପଶୁ,  କାମୁଡ଼ିଦେଲେ ଏହାକୁ ହାଲୁକାରେ ନେବା ଠିକ୍ ନୁହେଁ।

ଅନେକଙ୍କ ମନରେ ଧାରଣା ଥାଏ, କୁକୁର କାମୁଡ଼ିଲେ ରାବିଜ୍‌ର ଭୟ ଥାଏ, କିନ୍ତୁ ବିଲେଇ କାମୁଡ଼ିଲେ ସେମିତି କିଛି ହୁଏନି।

ହେଲେ ଏହି ଧାରଣା ଭୁଲ୍ ହୋଇପାରେ।

କୁକୁର କାମୁଡ଼ାକୁ ନେଇ ଭୟର ବଡ଼ କାରଣ ହେଉଛି ରାବିଜ୍।

ସଂକ୍ରମିତ ପଶୁର ଲାଳ ମାଧ୍ୟମରେ ଭାଇରସ୍ ଶରୀରକୁ ପ୍ରବେଶ କରିପାରେ।

ଚିକିତ୍ସାରେ ବିଳମ୍ବ ହେଲେ ରାବିଜ୍ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।Advertisment Outside dog: ନୟାନ୍ତ କଲେଣି ବୁଲାକୁକୁର: ରାତିରେ କାମୁଡ଼ି ଗୋଡ଼ାଉଛନ୍ତି, ଶୋଇ ଦେଉନାହାନ୍ତି ଏହାସହ କୁକୁରର ଦାନ୍ତ ଗଭୀର ଆଘାତ କରି ଚର୍ମ, ମାଂସପେଶୀ ଓ ଟିସୁକୁ କ୍ଷତି ପହଞ୍ଚାଇପାରେ ।

କିନ୍ତୁ ବିଲେଇ କାମୁଡ଼ାକୁ ବି ଅଣଦେଖା କରନ୍ତୁନି।

ବିଲେଇର ଦାନ୍ତ ପତଳା ଓ ତୀକ୍ଷ୍ଣ ହୋଇଥିବାରୁ ଚର୍ମ ଭିତରକୁ ଗଭୀରରେ ପଶିପାରେ।

ବାହାରୁ ଘା" ଛୋଟ ଦେଖାଯାଉଥିଲେ ମଧ୍ୟ ଭିତରେ ବ୍ୟାକ୍ଟେରିଆ ପହଞ୍ଚି ଇନ୍‌ଫେକ୍ସନ୍ କରିପାରେ।

ବିଶେଷକରି ପାସ୍ଟ୍ୟୁରେଲା ମଲ୍ଟୋସିଡା ଭଳି ବ୍ୟାକ୍ଟେରିଆ ଯୋଗୁଁ ଫୁଲା, ଯନ୍ତ୍ରଣା ଓ ଗୁରୁତର ସଂକ୍ରମଣ ହୋଇପାରେ।

ତେବେ କାହାର କାମୁଡ଼ା ଅଧିକ ବିପଜ୍ଜନକ?

ଏହାର ଗୋଟିଏ ସିଧା ଉତ୍ତର ନାହିଁ।

ରାବିଜ୍ ଦୃଷ୍ଟିରୁ କୁକୁର କାମୁଡ଼ା ଅଧିକ ଚିନ୍ତାର ବିଷୟ ହୋଇପାରେ।

ଅନ୍ୟପଟେ, ବ୍ୟାକ୍ଟେରିଆଲ୍ ଇନ୍‌ଫେକ୍ସନ୍‌ରେ ବିଲେଇ କାମୁଡ଼ା ବି ଗୁରୁତର ହୋଇପାରେ।

ତେଣୁ ଛୋଟ ଘା" ବୋଲି କୌଣସି କାମୁଡ଼ାକୁ ଅଣଦେଖା କରନ୍ତୁନି।

ପଶୁ କାମୁଡ଼ିଲେ ପ୍ରଥମେ ଘା"କୁ ସାବୁନ ଓ ପ୍ରବାହିତ ପାଣିରେ ଭଲ ଭାବେ ଧୁଅନ୍ତୁ।

ତା"ପରେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ରାବିଜ୍ ଟିକା କିମ୍ବା ଅନ୍ୟ ଚିକିତ୍ସା ଆବଶ୍ୟକ କି ନାହିଁ, ଡାକ୍ତର ନିଷ୍ପତ୍ତି ନେବେ।

ମନେ ରଖନ୍ତୁ କାମୁଡ଼ା ଛୋଟ ହେଲେ ବି ବିପଦକୁ ଛୋଟ ଭାବନ୍ତୁ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)