ଚେନ୍ନାଇ ବନ୍ଦରରୁ ୧୨ କୋଟିର ଚୀନ୍ ବାଣ ଜବତ

Oct 06, 2026 - 12:30
ଚେନ୍ନାଇ ବନ୍ଦରରୁ ୧୨ କୋଟିର ଚୀନ୍ ବାଣ ଜବତ

ନନ୍ଦିଘୋଷ ବ୍ୟୁରୋ: ଚେନ୍ନାଇ ବନ୍ଦରରୁ ୧୨ କୋଟିର ଚୀନ୍ ନିର୍ମିତ ବାଣ ଜବତ । ଚେନ୍ନାଇ ବନ୍ଦରରୁ ବଡ଼ ଧରଣର ଚୀନ୍ ନିର୍ମିତ ବାଣ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍‌କୁ ମିଳିଥିବା ବିଶେଷ ସୂଚନା ଆଧାରରେ ଚେନ୍ନାଇ ବନ୍ଦରରେ କିଛି ସନ୍ଦିଗ୍ଧ କଣ୍ଟେନର ଉପରେ ଚଢ଼ାଉ କରାଯାଇଥିଲା । ଯାଞ୍ଚ ବେଳେ ବଡ଼ ଧରଣର ଚୀନ୍ ନିର୍ମିତ ବାଣ ଜବତ ହୋଇଥିଲା । ଏହି ବାଣଗୁଡ଼ିକୁ କାର୍ଟୁନ୍ ଭିତରେ ଲୁଚାଇ ଅଣାଯାଇଥିଲା ।

ବାଣଗୁଡ଼ିକୁ ଷ୍ଟେସନାରୀ ସାମଗ୍ରୀ, ମେଡିକାଲ ଗ୍ଲୋଭ୍ସ, ପ୍ଲାଷ୍ଟିକ୍ କ୍ଲିପ୍ସ, ହେୟାର ବ୍ୟାଣ୍ଡ, ଷ୍ଟୋରେଜ୍ ୱାର୍ଡରୋବ୍, ଜୋତା ରଖିବା ର୍ୟାକ୍ ଭଳି ବିଭିନ୍ନ ସାମଗ୍ରୀ ନାଁରେ କଣ୍ଟେନର ମାଧ୍ୟମରେ ଚୋରାଚାଲାଣ କରାଯାଉଥିଲା ।ଘୋଷିତ ସାମଗ୍ରୀର କାର୍ଟୁନ୍ ପଛପଟେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ । ଡିଆରଆଇର ପୃଥକ ପୃଥକ ଅଭିଯାନରେ ଏସବୁ ବାଣ ଜବତ କରାଯାଇଛି । ଦେଶକୁ ବାଣ ଏବଂ ଆତସବାଜି ଆମଦାନୀ ଉପରେ କଟକଣା ରହିଛି । ଏଥିପାଇଁ ବୈଧ ଅନୁମତି ଏବଂ ଲାଇସେନ୍ସ ଆବଶ୍ୟକ ।ଡିଜିଏଫ୍‌ଟି ଏବଂ ପେସୋର ଆବଶ୍ୟକ ଅନୁମତି ବିନା ଏହି ବାଣଗୁଡ଼ିକୁ ଆମଦାନୀ କରାଯାଇଥିଲା । ଏହାସହ ବାଣଗୁଡ଼ିକୁ ଭୁଲ୍ ତଥ୍ୟ ଦେଇ ଏବଂ ଲୁଚାଇ ଚୋରାଚାଲାଣ କରାଯାଉଥିଲା । ଏହି କାରଣରୁ କଷ୍ଟମ୍ସ ଆଇନ, ୧୯୬୨ ଅନୁସାରେ ବାଣଗୁଡ଼ିକୁ ଜବତ କରିଛି ଡିଆରଆଇ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)