ଗୁରୁ ନାଁରେ କଳଙ୍କ l ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ଗୁରୁ ନାଁରେ କଳଙ୍କ l ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ବରଗଡ ବରଡୋଲରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଏଭଳି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ହୋଇଛି। ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ପ୍ରଥମେ କନଫରେନ୍ସ ପାଇଁ କଲେଜର କୋଚିଂ ସେଣ୍ଟରରୁ ବରଗଡ ନେଇ ଆସିବା ପରେ ବରଗଡ଼ ର ଗୋଟିଏ ହୋଟେଲରେ ଏକ ରୁମ୍ ବୁକ୍ କରି ଛାତ୍ରଙ୍କୁ ନେଇଥିବା ନେଇ ଅଭିଯୋଗ ହୋଇଛି।ଏପରିକି ପରିବାର ଲୋକଙ୍କୁ ପାଠ ପଢ଼ାଇବା ପାଇଁ ରାତିରେ ରହିବାକୁ ପଡ଼ିବ ବୋଲି କହିବା ପରେ ଛାତ୍ରକୁ ଯୌନ ନିର୍ଯାତନା ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ପରେ କୌଶଳକ୍ରମେ ଛାତ୍ର ଜଣକ ପରିବାର ଲୋକଙ୍କୁ ମେସେଜ କରିବା ପରେ ପୋଲିସ ସହାୟତାରେ ପରିବାର ଲୋକେ ଛାତ୍ରକୁ ଉଦ୍ଧାର କରିଥିଲେ ।ଅଭିଯୁକ୍ତ ଟିଉସନ ଶିକ୍ଷକ ଦେବଦତ୍ତ ପ୍ରଧାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ l ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ l ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
