ଖାକିରେ କଳଙ୍କ! ସହାୟତା ଆଳରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ

Nov 25, 2026 - 10:10
ଖାକିରେ କଳଙ୍କ! ସହାୟତା ଆଳରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଖାକିରେ କଳଙ୍କ । ସୁରକ୍ଷା ଓ ସହାୟତା ଦେବାର ଦାୟିତ୍ୱରେ ଥିବା ଜଣେ ଆରପିଏଫ କନଷ୍ଟେବଳଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବୁଲିବାକୁ ଆସି ରେଳ ଷ୍ଟେସନରେ ନିଖୋଜ ହୋଇଥିବା ଜଣେ ନାବାଳକଙ୍କୁ ସହାୟତା କରିବା ଆଳରେ ସରକାରୀ କ୍ୱାର୍ଟର୍ସକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରାଜଧାନୀର ଛାତି ଉପରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନା ପୋଲିସ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରିଛି । ଏହି ଘଟଣା ପରେ ରାଜଧାନୀରେ ନାବାଳକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ରୁ ପୁରୀ ଓ ଭୁବନେଶ୍ୱର ବୁଲିବାକୁ ଆସିଥିବା ଜଣେ ନାବାଳକ ଭୁବନେଶ୍ୱର ଷ୍ଟେସନରେ ନିଖୋଜ ହୋଇଯାଇଥିଲେ । ପରେ ନାବାଳକ ଜଣଙ୍କ ସହାୟତା ପାଇଁ ଷ୍ଟେସନରେ ଆରପିଏଫ ପୋଲିସ ନିକଟରେ ପହଞ୍ଚିଥିଲେ । ସେଠାରେ ଆରପିଏଫ କନଷ୍ଟେବଳ ବିହାରର ମୁନା କୁମାର ତାଙ୍କୁ ସହାୟତା କରିବା ସହ ତାଙ୍କୁ ଘରକୁ ଫେରାଇ ଦେବା ପାଇଁ କହି ନିଜ ସରକାରୀ କ୍ୱାର୍ଟର୍ସକୁ ନେଇଥିଲେ । ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ କ୍ରିୟା କରିଥିବା ଅଭିଯୋଗ ହୋଇଛି । ପରେ ନାବାଳକ ଜଣଙ୍କ ଅସହାୟ ଅବସ୍ଥାରେ ଭୁବନେଶ୍ୱର ଷ୍ଟେସନ୍ ନିକଟରେ ବୁଲୁଥିବା ସମୟରେ କିଛି ଲୋକ ଏହା ଦେଖି ପୋଲିସକୁ ଏ ନେଇ ଖବର ଦେଇଥିଲେ । ଖବର ପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲା ।

ଏନେଇ ମାମଲା ରୁଜୁ କରିବା ସହ ଭୁବନେଶ୍ୱର ରେଳ ଷ୍ଟେସନରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ମୁନା କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳନଗର ଥାନା ପୋଲିସ । ତେବେ ଜଣେ ସୁରକ୍ଷାକର୍ମୀଙ୍କ ନାଁରେ ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ରେଳ ଷ୍ଟେସନରେ ଯାତ୍ରୀ ଓ ନାବାଳକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)