କୋହଲି ଏବଂ କୁମ୍ବଲେଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଲେଗ୍-ସ୍ପିନର ଅମିତ୍ ମିଶ୍ର

Oct 23, 2026 - 18:55
କୋହଲି ଏବଂ କୁମ୍ବଲେଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଲେଗ୍-ସ୍ପିନର ଅମିତ୍ ମିଶ୍ର

ନନ୍ଦିଘୋଷ ବ୍ୟୁରୋ:ନିଜ କ୍ରିକେଟ୍ କ୍ୟାରିଅରକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଭିଜ୍ଞ ଲେଗ୍-ସ୍ପିନର ଅମିତ୍ ମିଶ୍ର କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା। ଦଳରୁ ହଠାତ୍ ବାଦ୍ ପଡ଼ିବା ଏବଂ ପରେ ତାଙ୍କର କମବ୍ୟାକ୍ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ପଡକାଷ୍ଟ ‘ବୈଠ୍ ଆଣ୍ଡ ବୋଲ୍’ରେ ସେ ତତ୍କାଳୀନ ଟ୍ରେନର୍ ଅନିଲ କୁମ୍ବଲେ ଏବଂ ବିରାଟ କୋହଲିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

କୁମ୍ବଲେ ଏବଂ କୋହଲିଙ୍କ ପ୍ରତିଶୃତି

୨୦୧୭ ମସିହାରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଏକ ଟି-୨୦ ମ୍ୟାଚ୍ ସମୟରେ ଅମିତ୍ ମିଶ୍ରଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ସେ ସମୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ଅନିଲ କୁମ୍ବଲେ। ଅମିତ୍ ମିଶ୍ର କୁମ୍ବଲେଙ୍କୁ ଏ ବିଷୟରେ ଜଣାଇବାରୁ ସେ ଆଶ୍ୱାସନା ଦେଇ କହିଥିଲେ, “ଚିନ୍ତା କର ନାହିଁ, ତୁମେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ପୁଣି ଦଳକୁ ଫେରିଆସିବ।” ଠିକ୍ ସେହିପରି, ସେତେବେଳେ ଦଳର ଅଧିନାୟକ ଥିବା ବିରାଟ କୋହଲି ମଧ୍ୟ ତାଙ୍କୁ ସମାନ ଭରସା ଦେଇ କହିଥିଲେ,”ତୁମେ ସମ୍ପୂର୍ଣ୍ଣ ଫିଟ୍ ହୁଅ ,ଦଳରେ ତୁମେ ନିଶ୍ଚୟ ରହିବ  । ପ୍ରତିଶୃତି ପରେ ଅମିତ୍ ନିଜର ଫିଟନେସ୍ ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ।

କୋହଲି ତାଙ୍କର ଫୋନ୍ କଲ୍ ନ ଉଠାଇବା ଅଭିଯୋଗ

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ, ଦଳକୁ କମବ୍ୟାକ୍ କରିବା ପାଇଁ  ଅମିତ୍ ବିରାଟ କୋହଲିଙ୍କ ସହ ଯୋଗାଯୋଗ କରିଥିଲେ ।ଅମିତ୍ ମିଶ୍ରଙ୍କ ଅନୁଯାୟୀ, କୋହଲି ତାଙ୍କୁ ୭ ରୁ ୧୦ ଦିନ ଭିତରେ ସ୍ଥିତି ଜଣାଇବେ ବୋଲି କହିଥିଲେ। କିନ୍ତୁ ସପ୍ତାହ ପରେ ସପ୍ତାହ ଗଡିଲା ପରେ ମଧ୍ୟ କୋହଲିଙ୍କ ପକ୍ଷରୁ କୌଣସି ପ୍ରକାର ଅପଡେଟ୍ ମିଳି ନଥିଲା। ଅମିତ୍ କହିଛନ୍ତି ଯେ ସେ ବାରମ୍ବାର ବିରାଟ କୋହଲିଙ୍କୁ ଫୋନ୍ କରିଥିଲେ ଏବଂ ମେସେଜ୍ ମଧ୍ୟ ପଠାଇଥିଲେ, କିନ୍ତୁ କୋହଲି ନା ତାଙ୍କ ଫୋନ୍ ଉଠାଇଲେ ନା କୌଣସି ମେସେଜର ଜବାବ ଦେଲେ।

ଅନ୍ୟ ଖେଳାଳିଙ୍କୁ ସୁଯୋଗ କିନ୍ତୁ ତାଙ୍କୁ ଅଣଦେଖା

ଅମିତ୍ ମିଶ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ସେତେବେଳେ ଯେଉଁ ଅନ୍ୟ ଖେଳାଳିମାନେ ତାଙ୍କ ଅପେକ୍ଷା ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଦୀର୍ଘ ଦିନ ଧରି ଦଳରୁ ବାହାରେ ରହିଥିଲେ, ସେମାନେ ଫିଟ୍ ହେବାମାନେ ସଙ୍ଗେ ସଙ୍ଗେ ଦଳକୁ ଫେରିଥିଲେ। କିନ୍ତୁ ତାଙ୍କ କ୍ଷେତ୍ରରେ କାହିଁକି ଏଭଳି ଦ୍ୱୈତ ନୀତି ଅବଲମ୍ବନ କରାଗଲା ଏବଂ ପ୍ରୋଟୋକଲ୍ ଅଣଦେଖା କରାଗଲା,, ତାହାର କୌଣସି ଉତ୍ତର ଆଜି ପର୍ଯ୍ୟନ୍ତ ସେ ପାଇନାହାନ୍ତି।

କ୍ୟାରିଅରର ଅନ୍ତ

ଶେଷରେ ନିଜର ଦୁଃଖ ବ୍ୟକ୍ତ କରି ଅମିତ୍ ମିଶ୍ର କହିଛନ୍ତି ଯେ, “ଯେତେବେଳେ କେହି ଆପଣଙ୍କୁ ଦଳରେ ରଖିବାକୁ ଚାହାନ୍ତି ନାହିଁ, ସେତେବେଳେ ଆପଣ ଆଉ କ’ଣ କରିପାରିବେ?” ଏହି ଘଟଣା ଏବଂ ମ୍ୟାଚ୍ ପରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅର ଏକପ୍ରକାର ଶେଷ ହୋଇଯାଇଥିଲା ଏବଂ ସେ ଆଉ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇନଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)