କୋଟି କୋଟି ଟଙ୍କା ଆୟ, ତଥାପି ଅବହେଳିତ କୋଣାର୍କ ସୂର୍ଯ୍ୟମନ୍ଦିର
କୋଣାର୍କ: କୋଟି କୋଟି ଟଙ୍କା ଆୟ ଥାଇ ବି କୋଣାର୍କ ସୂର୍ଯ୍ୟ ମନ୍ଦିର ଅବହେଳିତ । ଦୁଇ ମାସ ହେଲା ବନ୍ଦ ରହିଛି ବାଲି କଢ଼ା ପ୍ରକ୍ରିୟା। ଗତ ୪ ବର୍ଷରେ ୬ ଥର ଅନୁଧ୍ୟାନ ହୋଇଛି। ବାଲି କଢ଼ା ପାଇଁ ଧାର୍ଯ୍ୟ ସମୟ ସରିଗଲାଣି, କିନ୍ତୁ ବାସ୍ତବରେ କିଛି କାମ ନାହିଁ। ଗତ ଜୁନ୍ ୬ ତାରିଖରେ ASI ଡିଜି ୟଦୁବୀର ସିଂ ରାୱତ, ବୈଷୟିକ ଟିମ୍, କୋର୍ କମିଟି ଏବଂ IIT ଦିଲ୍ଲୀ-ମାଡ୍ରାସର ପ୍ରଫେସର ଆସି ୮୦ ଫୁଟ ଉପରେ କୋର୍ ଡ୍ରିଲ୍ ଯାଞ୍ଚ କଲେ । ବୈଷୟଟିମ୍ ନିଷ୍ପତ୍ତି ନେବେ ବୋଲି କହିଲେ, ହେଲେ ଏଯାଏଁ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ସେହିପରି ଗତ ୨୦୨୨ ସେପ୍ଟେମ୍ବର ୮ ତାରିଖରେ ହୋମଯଜ୍ଞ କରି ଲିଫ୍ଟ, ଟନେଲ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଏବେ ସମ୍ପୂର୍ଣ୍ଣ ଅଟକି ଯାଇଛି । ASI କହିଥିଲା ବାଲି ବାହାରିଲେ ଜଗମୋହନ ଦ୍ୱାର ଖୋଲିବ। କିନ୍ତୁ ସେହି ଦିନ କେବେ ଆସିବ କେହି ଜାଣିନାହାଁନ୍ତି। ସାମାନ୍ୟ ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସର ପାଣିରେ ବୁଡିଯାଉଛି। ପର୍ଯ୍ୟଟକ ହଇରାଣ ହେଉଛନ୍ତି। ତେଣୁ କୋଣାର୍କ ମନ୍ଦିରରୁ ତୁରନ୍ତ ବାଲି କାଢ଼ିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
