କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଲୋକସଭା ଆସନରେ ୫୦% ବୃଦ୍ଧି ଓ ମହିଳା ସଂରକ୍ଷଣ ପାଇଁ ଆସିବ ନୂଆ ବିଲ୍

Nov 27, 2026 - 16:12
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଲୋକସଭା ଆସନରେ ୫୦% ବୃଦ୍ଧି ଓ ମହିଳା ସଂରକ୍ଷଣ ପାଇଁ ଆସିବ ନୂଆ ବିଲ୍

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ । ଡିଲିମିଟେସନ୍‌ ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲ୍ ଅନୁଯାୟୀ, ଦେଶରେ ସୀମା ନିର୍ଦ୍ଧାରଣ (ଡିଲିମିଟେସନ୍) ପ୍ରକ୍ରିୟା ମାଧ୍ୟମରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯିବ। ଏହାସହ ଲୋକସଭା ଆସନ ସଂଖ୍ୟାରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି।  

ପ୍ରସ୍ତାବିତ ବିଲ୍ ଅନୁଯାୟୀ, ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରାଯିବ। ଏହାଦ୍ୱାରା ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ବର୍ତ୍ତମାନର ୫୫୦ରୁ ୮୫୦କୁ ବୃଦ୍ଧି ପାଇବ। ତେବେ ୨୦୫୧ ମସିହା ପର୍ଯ୍ୟନ୍ତ ଆସନଗୁଡ଼ିକର ବିଦ୍ୟମାନ ଅନୁପାତକୁ ବଜାୟ ରଖାଯିବ। ଗତ ଏପ୍ରିଲ ମାସରେ ଏହି ବିଲ୍ ପାରିତ ହୋଇପାରିନଥିବାରୁ, ମୋଦୀ ସରକାର ଏବେ ଏହାକୁ ପୁନର୍ବାର ପାରିତ କରିବାକୁ ଯୋଜନା କରୁଛନ୍ତି। 

ଆସନ୍ତା ନଭେମ୍ବର ୩୦ ତାରିଖରେ ଲୋକସଭା ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ ଏବଂ ଡିସେମ୍ବର ୩ ତାରିଖରେ ଏହା ଶେଷ ହୋଇପାରେ। ଏହି ଅଧିବେଶନ ମୌସୁମୀ ଅଧିବେଶନର ଏକ ସମ୍ପ୍ରସାରିତ ଅଂଶ ଭାବେ ବିବେଚନା କରାଯାଉଛି।  

ସରକାର ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ମହିଳା ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୩ରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ପାରିତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଜନଗଣନା ଓ ସୀମା ନିର୍ଦ୍ଧାରଣ ଉପରେ ନିର୍ଭର କରୁଥିଲା। ତେବେ ଏହି ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ସରକାରଙ୍କୁ ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନର ଏନଡିଏ (NDA) ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)