Judgement: ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୋଷୀଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

Nov 27, 2026 - 16:10
Judgement: ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୋଷୀଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ରାୟଗଡ଼ାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଦୁଷ୍କର୍ମକାରୀ ବଳରାମ ଯୋଗୀକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ।

ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ମାମଲାର ବିବରଣୀରୁ ଜଣାଯାଏ ୨୦୨୧ ଅଗଷ୍ଟ ୧୦ ତାରିଖରେ ରାୟଗଡ଼ା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା।

ପୀଡ଼ିତାଙ୍କ ବାପା-ମା' ଘରେ ନଥିବା ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ତଦନ୍ତ ଶେଷ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୪୫୨, ୩୨୩, ୩୭୬(ଏବି) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଚାର୍ଜସିଟ୍ ଦାଖଲ କରିଥିଲେ।

Advertisment ମାମଲାର ବିଚାର ସମୟରେ ଅଦାଲତ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ।

ଏଥିରେ ଅଭିଯୋଗକାରୀ ଏବଂ ପୀଡ଼ିତାଙ୍କ ସାକ୍ଷ୍ୟକୁ ମଧ୍ୟ ବିଚାରକୁ ନିଆଯାଇଥିଲା।

ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Supreme Court: ମଦୁରାଇ ଦୀପମ ବିବାଦ: ଆଜି ସୁପ୍ରିମକୋର୍ଟରେ ୭ଟି ଆବେଦନର ଶୁଣାଣି ରାୟଗଡ଼ାର ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ସଞ୍ଜିତ କୁମାର ବେହେରା ନଭେମ୍ବର ୨୭ ତାରିଖରେ ଏହି ରାୟ ଶୁଣାଇଛନ୍ତି।

ଧାରା ୩୭୬(ଏବି) ଅନୁସାରେ ୨୦ ବର୍ଷର କଠୋର କାରାଦଣ୍ଡ, ଧାରା ୪୫୨ ଅନୁସାରେ ୧୦ ହଜାର ଟଙ୍କା ଜରିମାନା ଏବଂ ଧାରା ୩୨୩ ଅନୁସାରେ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି।

ଜରିମାନା ଅନାଦାୟରେ ଯଥାକ୍ରମେ ଅତିରିକ୍ତ ଏକ ବର୍ଷ ଓ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଏଥିସହ ପୋକ୍ସୋ ଆଇନର ଧାରା ୩୩(୮) ଅନୁସାରେ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ବିରଜା ପ୍ରସାଦ ପାତ୍ର ମାମଲା ପରିଚାଳନା କରିଥିଲେI

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)