କାଲିମେଳାରୁ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ

Nov 20, 2026 - 21:45
କାଲିମେଳାରୁ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ

କାଲିମେଳା: ମାଲକାନଗିରି କାଲିମେଳାରୁ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ  । ବୋଲେର ଗାଡ଼ି ଛାଡ଼ି ଅନ୍ଧାରରେ ଚମ୍ପଟ ମାରିଲା ଚାଳକ । ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ବେଳେ କାଲିମେଳା ବନ ବିଭାଗର ଏକ ଟିମ୍ ଏମ୍‌ପିଭି-୭୪ କୁମ୍ଭାର ସାହି ନିକଟରେ ଚଢ଼ାଉ କରିଥିଲା । ଏହି ସମୟରେ  ସନ୍ଦେହଜନକ ବୋଲେରୋ ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଗାଡ଼ିର ଚାଳକ ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଛାଡ଼ି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା । ପରେ ବନ ବିଭାଗ ଗାଡ଼ି ସହ ୯ଟି ଅଖା ବସ୍ତାରେ ଭର୍ତ୍ତି ହୋଇଥିବା ମୋଟ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ କରାଯାଇଛି । ପରେ ସମସ୍ତ କଇଁଛକୁ କାଲିମେଳା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି । ଏହି ବେଆଇନ କଇଁଛ ଚାଲାଣ ପଛରେ କିଏ ସମ୍ପୃକ୍ତ ଅଛି, କଇଁଛ ଗୁଡ଼ିକ କେଉଁଠାରୁ ଆସିଥିଲା ?  କେଉଁ ସ୍ଥାନକୁ ଚାଲାଣ ହେଉଥିଲା ? ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଫେରାର ଚାଳକଙ୍କୁ ଚିହ୍ନଟ କରି ଧରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)